Below header

ଘର ମରାମତି ବେଳେ ମାଟିକାନ୍ଥ ପଡି ଚାଲିଗଲା ୨ ଜୀବନ

ଯାଜପୁର(କେନ୍ୟୁଜ୍) : ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା। ଆଜି ସକାଳେ ଘର ମରାମତି କାମ ଚାଲିଥିବାବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ତଳେ ଏମାନେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଆଖିଆ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.