Below header

ରାସ୍ତା କାମ ହୋଇନଥିବାରୁ ଭୋଟ ବର୍ଜନ କରିବାକୁ ଚେତବନୀ ଦେଲେ ତିର୍ତ୍ତୋଲ ବ୍ଳକ୍‌ର ତିନି ପଞ୍ଚାୟତର ଲୋକେ

ଜଗତସିଂହପୁର: ଜଗତସିଂହପୁର ତିର୍ତ୍ତୋଲ ବ୍ଳକ୍‌ର ତିନି ପଞ୍ଚାୟତର ଲୋକେ କରିବେ ଭୋଟ ବର୍ଜନ । ରାସ୍ତା କାମ ହୋଇନଥିବାରୁ ଭୋଟ ବର୍ଜନ କରିବେ ବୋଲି ଚେତବନୀ ଦେଇଛନ୍ତି ।

ତିର୍ତ୍ତୋଲ ବ୍ଳକ୍‌ର ଗୋପାଳପୁର, ବିରିତୋଳ ଓ କଟରା ପଞ୍ଚାୟତର ଲୋକମାନେ ପ୍ରତିଦିନ ଏହି ରାସ୍ତା ଦେଇ ଯା ଆସ କରନ୍ତି । ରାସ୍ତା ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନାହିଁ । ତେଣୁ ବେଗୁନିଆ, ହାଜୀନଗର, କୋରକୋର, ନହାନା ମାଇଦିପୁର, ଗୋପାଳପୁର ଆଦି ଗାଁର ଲୋକ ଆଗାମୀ ଉପନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.