Below header

କରୋନା ସ୍ଥିତିକୁ ନେଇ ଏକ ଖୁସି ଖବର, ଦେଶରେ ୭୦ ଲକ୍ଷ ପାର ହେଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସୁଥିବା ନଜର ଆସୁଛି । ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମିତ ସଂଖ୍ୟା । ଶୁକ୍ରବାର ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ୫୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଦେଶରେ ସୁସ୍ଥ ସଂଖ୍ୟା ବି ୭୦ ଲକ୍ଷ ପାର ହୋଇଗଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୩ ହଜାର ୩୭୦ ନୂଆ ମାମଲା ସାମ୍ନାକୁ ଆସିଛି । ଯେବେକି ଗତ ୨୪ ଘଣ୍ଟା ଭିତରେ ୬୫୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ ଛୁଇଁଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ ଛୁଇଁଥିବା ନେଇ ଜଣାଯାଇଛି ।

ଖାଲି ସେତିକି ନୁହେଁ କରୋନା ଭାଇରସ ସକ୍ରିୟ ମାମଲା ବି କମି କମି ଚାଲିଛି । କରୋନା ଭାଇରସ ସଂକ୍ରମିତ ସଂଖ୍ୟା ହ୍ରାସ ପାଇ ୭ ଲକ୍ଷରୁ କମି ଯାଇଛି । ବର୍ତ୍ତମାନ ସମୟରେ ଦେଶରେ ୬ ଲକ୍ଷ ୮୦ ହଜାର ୬୮୦ ସକ୍ରିୟ ମାମଲା ଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୧୪ ହଜାର ୮୨୯ କମିଥିବା ଜଣାଯାଇଛି । ସେପଟେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୭୦ ଲକ୍ଷ ୧୬ ହଜାର ୦୪୬ରେ ପହଂଚିଛି । ଗତ ୨୪ ଘଣ୍ଟା ଭିତରେ ୬୭ ହଜାର ୫୪୯ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.