୩୭ ବର୍ଷରେ ପ୍ରଥମ ଥର ପାଇଁ ରିଷିଙ୍କ ବିନା ଫିଲ୍ମ କରିବେ ନୀତୁ, ଖୁବଶୀଘ୍ର ଏହି ଫିଲ୍ମରେ ଆସିବେ ନଜର

ବଲିଉଡ୍‌ ଆକ୍ଟର ରିଷି କପୁରଙ୍କ ଅକାଳ ବିୟୋଗ ପରେ ନିତୁ କପୁର ଏକଦମ୍‌ ଲୁଚି ଯାଇଥିଲେ। ତେବେ କିଛି ବ୍ୟବଧାନ ପରେ ଏବେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ନିତୁ କପୁର । ବହୁତ ଦିନ ଧରି ଫିଲ୍ମ ଠାରୁ ଦୁରେଇ ରହିଥିବା ନିତୁଙ୍କୁ ଫିଲ୍ମ ‘ଜୁଗ ଜୁଗ ଜିଓ’ରେ ଦେଖିବାକୁ ମିଳିବ। ଗତଥର ନୀତୁ କପୁର ୨୦୧୩ ବର୍ଷରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବେସର୍ମ’ରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ତାଙ୍କ ସହିତ ସ୍ୱାମୀ ରିଷି କପୁର ଏବଂ ପୁଅ ରଣବୀର କପୁର ସାମିଲ ଥିଲେ।

୩୭ ବର୍ଷ ପରେ ପ୍ରଥମ ଥର ପାଇଁ ରିଷି କପୁରଙ୍କ ବିନା ଫିଲ୍ମ କରିବେ ନିତୁ। ବେସର୍ମ ବ୍ୟତୀତ ନିତୁ କପୁର ଫିଲ୍ମ ‘ଜବ ତକ୍‌ ଜାନ’, ‘ଦୋ ଦୁନେ ଚାର’ ଏବଂ ‘ଲଭ ଆଜକଲ’ରେ ନଜର ଆସିଥିଲେ। ଏହି ସବୁ ଫିଲ୍ମରେ ସେ ରିଷି କପୁରଙ୍କ ଅପୋଜିଟରେ ହିଁ ଥିଲେ। କିନ୍ତୁ ଏଥର ଦୀର୍ଘ ୩୭ ବର୍ଷ ପରେ ଏଭଳି ହେବ ଯେ ନିତୁ ନିଜ ସ୍ୱାମୀ ରିଷିଙ୍କ ବିନା ଅନ୍ୟ କୌଣସି ଆକ୍ଟରଙ୍କ ଅପୋଜିଟରେ ଫିଲ୍ମ କରିବେ। ଏଥର ନିତୁ କପୁର ଅନିଲ କପୁରଙ୍କ ସହ ନଜର ଆସିବେ। ଏହାପୂର୍ବରୁ ୧୯୮୩ରେ ନିତୁ କପୁର ଶେଷ ଥର ପାଇଁ ଶତୃଘ୍ନ ସିହ୍ନାଙ୍କ ବିପକ୍ଷରେ ‘ଗଙ୍ଗା ମେରୀ ମା’ରେ ନଜର ଆସିବେ।

ନିତୁ କପୁର ଏବଂ ଅନିଲ କପୁରଙ୍କ ବ୍ୟତୀତ ଏଥିରେ ବରୁଣ ଧଓ୍ଵନ ଏବଂ କିଆରା ଆଡଭାଣୀ ଲିଡ ରୋଲରେ ନଜର ଆସିବେ। କୁହାଯାଉଛି ଯେ ଆସନ୍ତା ମାସରେ ଫିଲ୍ମ ସୁଟିଂ ଆରମ୍ଭ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.