Below header

କାଦୁଅ ଭର୍ତ୍ତି ରାସ୍ତାରେ ଲୋକ ଲଗାଇଲେ ଧାନ ଗଛ

ସୁନ୍ଦରଗଡ : ନିଆରା ପ୍ରତିବାଦ । କାଦୁଅ ଭର୍ତ୍ତି ରାସ୍ତାରେ ଧାନ ଗଛ ଲଗାଇଲେ ଲୋକ । ଏପରି ଅଭିନବ ଉପାୟ ଆପଣାଇଛନ୍ତି ସୁନ୍ଦରଗଡ ଜିଲ୍ଳା ସବଡ଼େଗା ବ୍ଳକ ଯମୁନା ପଞ୍ଚାୟତ ଅନ୍ତର୍ଗତ ମାୟାବାହାଲ ଗାଁର ଲୋକ । ମାୟାବାହାଲରୁ ନଦୀଘାଟକୁ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାସ୍ତା ସାରା କାଦୁଅ ବର୍ତ୍ତି । ଅବସ୍ଥା ଏପରି ଯେ ଗାଡି ମୋଟର ଦୂରର କଥା ଚାଲିକି ଯିବା ବି କଷ୍ଟକର । ଗତବର୍ଷ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା କାମ ହୋଇଥିଲା । ହେଲେ ଏବେ ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ବାରମ୍ବାର ଦାବି ପରେ ମଧ୍ୟ ରାସ୍ତା ମରାମତି କରା ନଯିବାରୁ ଶେଷରେ ଗାଁଲୋକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ ଧାନଗଛ ଲଗାଯାଇଛି । ତେବେ ଏ ସମ୍ପର୍କରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ପୂର୍ବରୁ କୌଣସି ଖବର ନଥିଲା । ଏବେ ସମସ୍ୟା ଦୂର କରାଯିବା ପାଇଁ ପଦକ୍ଷେପ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.