Below header

ଅସଦାଚରଣ ଅଭିଯୋଗକୁ ଖଣ୍ଡନ କଲେ ହିମାଙ୍କ କୋଚ୍‌

ତେଜପୁର : ମହିଳା ଆଥଲେଟ୍‌ ହିମା ଦାସଙ୍କ କୋଚ୍‌ ନିପନ ଦାସ ତାଙ୍କର ଜଣେ ମହିଳା ଆଥଲେଟ୍‌ଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗକୁ କୋଚ୍‌ ଖଣ୍ଡନ କରିଛନ୍ତି । ଏକ ଅଡ଼ିଓ ବାର୍ତ୍ତାରେ ନିପନ ଦାସ କହିଛନ୍ତି ଯେ ସଂପୃକ୍ତ ଆଥଲେଟ୍‌ ଏବେବି ତାଙ୍କ ପାଖକୁ ତାଲିମ ନେବାକୁ ଆସୁଛନ୍ତି । ଯଦି ଅଭିଯୋଗ ସତ ହୋଇଥାନ୍ତା ତେବେ ସେ କାହିଁକୁ ଆସୁଥାନ୍ତେ । ଯଦି ମୁଁ ଦୋଷୀ ମୋତେ ଦଣ୍ଡ ମିଳିବା ଉଚିତ । ଯଦି ମୋର ଦୋଷ ନାହିଁ ତେବେ ଅଭିଯୋଗକାରିଣୀକୁ ଦଣ୍ଡ ମିଳିବା ଦରକାର । ମୁଁ ଦୋଷୀ କି ନାହିଁ ସେକଥା ଭଲ ଭାବେ ମୋର ଅନ୍ୟ ଆଥଲେଟ୍‌ମାନେ କହି ପାରିବେ । ତେବେ ପୋଲିସ୍‌ ମୋତେ ତଦନ୍ତରେ ସହଯୋଗ କରିବାକୁ କହିଛି ଓ ମୁଁ ତାହାହିଁ କରୁଛି ବୋଲି ହିମାଙ୍କ କୋଚ୍‌ କହିଛନ୍ତି ।

ବିଶ୍ୱ ୨୦ ବର୍ଷରୁ କମ୍‌ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ହିମା ଭାରତ ପକ୍ଷରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଛନ୍ତି । ତା ସହିତ ତାଙ୍କ କୋଚ୍‌ ନିପନଙ୍କର ମଧ୍ୟ ଖ୍ୟାତି ବଢ଼ିଛି । ତେବେ ଗୌହାଟିର ସରୁସାଜାଇ ଷ୍ଟାଡିୟମ୍‌ରେ ଟ୍ରେନିଂ କରୁଥିବା ବେଳେ ଗତ ମେ ମାସରେ କୋଚ୍‌ ନିପନ ଦାସ ସଂପୃକ୍ତ ମହିଳା ଆଥଲେଟ୍‌ଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସେ ଅଭିଯୋଗ କରିବା ପରେ ବିବାଦ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.