Below header

ଆଇଆରସିଟିସି ହୋଟେଲ ଲିଜ୍ ଦୁର୍ନୀତି ମାମଲା : ଲାଲୁଙ୍କ ପରିବାରକୁ ଦିଲ୍ଲୀ କୋର୍ଟଙ୍କ ସମନ୍

ନୂଆଦିଲ୍ଲୀ : ଲାଲୁ ଯାଦବଙ୍କୁ ଦିଲ୍ଲୀ କୋର୍ଟର ସମନ୍ । ବେସରକାରୀ ସଂସ୍ଥାକୁ ଆଇଆରସିଟିସି ହୋଟେଲ ଲିଜ୍ ଦୁର୍ନୀତି ମାମଲାରେ ଲାଲୁଙ୍କ ସମେତ ପୂରା ପରିବାର ଫସିଛି । ଏହି ମାମଲାରେ ଲାଲୁଙ୍କ ସମେତ ପୁଅ ତେଜସ୍ୱୀ ଯାଦବ, ପତ୍ନୀ ରାବଡ଼ି ଦେବୀ ଏବଂ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଦିଲ୍ଲୀ କୋର୍ଟ ସମନ୍ ଜାରି କରିଛନ୍ତି । ଗତ ୨୦୦୬ ମସିହାରେ ଲାଲୁ ରେଳ ବିଭାଗ ମନ୍ତ୍ରୀ ଥିବା ବେଳେ ବିଜୟ କୋଚର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପାଟନା ପଖରେ ଥିବା ଏକ ୩ ଏକରର ଜମି ନେଇ ତା ବଦଳରେ ତାଙ୍କୁ ରାଞ୍ଚିରେ ଗୋଟିଏ ଏବଂ ଓଡ଼ିଶାର ପୁରୀରେ ଦୁଇଟି ରେଳବାଇ ହୋଟେଲର ଲିଜ୍ ଦେଇଥିଲେ ବୋଲି ଅଭିଯୋଗ ରହିଛି । ଯାହାର ଖୋଳତାଡ଼ କରି ସିବିଆଇ ଗତ ଏପ୍ରିଲ ୧୬ ତାରିଖରେ ମୋଟ୍ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.