Below header

ଟିକା ନେଲେ ବି କରୋନା ହେବ କିନ୍ତୁ ମୃତ୍ୟୁହାର କମିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ଟିକା ନେଲେ ବି କରୋନା ହେବ । କିନ୍ତୁ ମୃତ୍ୟୁହାର କମିବ । ଏକଥା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୈନିକ ୫୦ ହଜାର ଟେଷ୍ଟ କରାଯିବ । କିଛି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲାଯାଇଛି । ଛତିଶଗଡ଼ ସୀମାରେ ଆବଶ୍ୟକତା ଅନୁସାରେ TMC ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘେରାଇ ହସପିଟାଲରେ ୯୦୦୮ଟି ଜେନେରାଲ ବେଡ୍‌ ଅଛି । ସେଠାରେ ୧୭.୫ ପ୍ରତିଶତ ରୋଗୀ ଅଛନ୍ତି । ୨୦୧୮ଟି ICU ବେଡ୍‌ ଥିବା ବେଳେ ସେଠି ଅଛନ୍ତି ୭.୫୪ ପ୍ରତିଶତ ରୋଗୀ । ଓଡ଼ିଶାରୁ ପାଖାପାଖି ୪୦୦ ଲୋକ ପଞ୍ଜିକରଣ କରି କୁମ୍ଭମେଳା ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.