Below header

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆସନ୍ତା ମେ ମାସ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଇ ପାରିବେ । ପୂର୍ବରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ଜାନୁଆରୀ ୧୬ ତାରିଖରୁ ଦେଶରେ ଟିକା କରଣ ଆରମ୍ଭ ହୋଇଥିଲା । ପ୍ରଥମେ ବରିଷ୍ଠ ନାଗରିକ ଏବଂ ପରେ ୪୫ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯାଇଥିଲା । ଦେଶରେ ଯେମିତି ସମସ୍ତଙ୍କୁ ଟିକା ଦିଆଯାଇ ପାରିବ ସେ ନେଇ ଗତ ବର୍ଷେ ହେବ ଉଦ୍ୟମ ଚାଲିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅବଶ୍ୟ ଟିକାକରଣର ଏହି ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଆଉ ଏକ ବ୍ୟବସ୍ଥା ରଖିଛନ୍ତି । ରାଜ୍ୟଗୁଡ଼ିକ ସିଧାସଳଖ ନିଜେ ଟିକା କିଣି ପାରିବେ । ଭ୍ୟାକସିନ୍‌ ନିର୍ମାତାମାନେ ପୂର୍ବ ନିର୍ଦ୍ଧାରିତ ଦରରେ ଭ୍ୟାକସିନ ବିକି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.