Below header

ଗ୍ରାହକଙ୍କୁ ଦଶହରା ଭେଟି ଦେଲେ ମୋଦି ସରକାର , କମାଇଲେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପ୍ରତି ଅଢ଼େଇ ଟଙ୍କା ଶସ୍ତା ହୋଇଛି । ଏହି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ନୂଆ ଦର ତତ୍କାଳ ଲାଗୁ ହୋଇଛି । ତୈଳ ଉପରେ ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧.୫୦ ଟଙ୍କା ହ୍ରାସ କରିଥିବା ବେଳେ ତୈଳ କମ୍ପାନୀମାନେ ୧ ଟଙ୍କା କ୍ଷତି ସହିବେ । ପେଟ୍ରୋଲ ଓ ଡିଜେଲ୍‌ ଦରରେ ୨.୫୦ ଟଙ୍କା ହ୍ରାସ ନେଇ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବ କେନ୍ଦ୍ର । ସମାନ ଭାବରେ ରାଜ୍ୟ ସରକାର ଭାଟ୍‌ ହ୍ରାସ କରନ୍ତୁ ବୋଲି କହିଛନ୍ତି ଅରୁଣ ଜେଟଲୀ । ଯଦି ରାଜ୍ୟ ଭାଟ୍‌ ଅଢ଼େଇ ଟଙ୍କା ହ୍ରାସ କରିବେ ତେବେ ତୈଳ ଦର ୫ ଟଙ୍କା କମିବ । ତେଲ ଉପରେ ଉତ୍ପାଦ ଶୁଳ୍ପ ହ୍ରାସ ଯୋଗୁ କେନ୍ଦ୍ର ସରକାର ବାର୍ଷିକ ୧୦ ହଜାର ୫ ଶହ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବେ । ବର୍ଦ୍ଧିତ ତୈଳ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଥିଲା । କେନ୍ଦ୍ର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.