Below header

ଯଦି ଆପଣ ବି ଅନଲାଇନ୍ ଖାଦ୍ୟ ଅର୍ଡର୍ କରୁଛନ୍ତି , ତେବେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ

ଅନଲାଇନ୍ ଫୁଡ୍ ଡେଲିଭରୀ ଆପ୍ ଜରିଆରେ ଆଜି କାଲି ଖାଦ୍ୟ ମଗାଇବା ସାଧାରଣ କଥା । ଘରେ ବସି କିଛି ଅର୍ଡର୍ କରିବେ ଆଉ ଡେଲିଭରୀ ବୟ ଆପଣ ଖାଇବା ଧରି ଘରେ ହାଜର ହୋଇଯିବ । କିନ୍ତୁ ଏବେ ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ , ତାକୁ ଦେଖିବା ପରେ ଖାଇବା ଅର୍ଡର କରିବା ପୂର୍ବରୁ ୧୦୦ ଥର ଚିନ୍ତା କରିବେ । ଇଣ୍ଟରନେଟରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଗ୍ରାହକ ଅର୍ଡର କରିଥିବା ଖାଦ୍ୟରୁ ଅଳ୍ପ କିଛି ଚୋରି କରି ଖାଉଛି ଡେଲିଭରୀ ବୟ ।

ଅଷ୍ଟ୍ରେଲିଆ ମେଲବର୍ଣ୍ଣର ଏହି ଡେଲିଭରୀ ବୟର କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି , ଡେଲିଭରୀ ଦେବାକୁ ଆସିଥିବା ଙ୍କଭରକ୍ସ ରବଗ୍ଧଗ୍ଦ ଜଣେ କର୍ମଚାରୀ ଗ୍ରାହକଙ୍କ ଘର ବାହାରେ ଠିଆ ହୋଇ ପ୍ରଥମେ ଅର୍ଡର ହୋଇଥିବା ପ୍ୟାକେଟରୁ କିଛି ଫ୍ରେଞ୍ଚ ଫ୍ରାଏ ବାହାର କରି ଖାଉଛି । ତାପରେ କଲିଂ ବେଲ୍ ମାରୁଛି । ତେବେ ଘର ବାହାରେ ଲାଗିଥିବା ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ୍ ହୋଇଯାଇଛି । ଯାହା ପର ମୁହୂର୍ତ୍ତରେ ଭାଇରାଲ୍ ହେବାରେ ଲାଗିଛି ।

ଦେଖନ୍ତୁ ଏହି ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.