ଅଳ୍ପ ଦିନ ରହିଲା Flipkartର Big Billion Days, ଏହି ୫ଟି ଦମଦାର ମୋବାଇଲ୍ ମିଳିବ ସବୁଠୁ ଶସ୍ତାରେ

ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା । ଆରମ୍ଭ ହେବ ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେ । ୧୦ ଅକ୍ଟୋବରରୁ ୧୪ ଯାଏଁ ଚାଲିବ ଏହି ମହା ସେଲ୍ । ଯେଉଁଥିରେ ସ୍ମାର୍ଟଫୋନଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀରେ ମିଳିବ ଭାରି ରିହାତି । ତେବେ କିଛି ସାମଗ୍ରୀର ମୂଲ୍ୟ ଧୀରେ ଧୀରେ ଖୁଲାସା କରିବାରେ ଲାଗିଛି ଫ୍ଲିପକାର୍ଟ । ଯାହା ଦ୍ବାରା ସେଲ୍ ସମୟରେ ଗ୍ରାହକ ଏହି ଭାରି ରିହାତିର ଲାଭ ଉଠାଇପାରିବେ । ଖାସ୍ କରି କମ୍ପାନୀ କିଛି ମୋବାଇଲ୍ ଫୋନର ମୂଲ୍ୟ ଉପରୁ ଉଠାଇଛି ପରଦା । ଯଦି ଆପଣ ୧୦ ହଜାର ଟଙ୍କାରୁ କମ୍ ବଜେଟରେ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ସେଲରେ କିଣିପାରିବେ । ଆସନ୍ତୁ ନଜର ପକାଇବା ଏହି ମୋବାଇଲ୍ ଏବଂ ତାର ମୂଲ୍ୟ ଉପରେ ।

ଏହି ସୁପରସେଲରେ କମ୍ପାନୀ ସବୁଠାରୁ ଅଧିକ ରିହାତି ଦେଇଛି Honor 9N । ବର୍ତ୍ତମାନ ୩ଜିବି /୩୨ ଜିବି ବିଶିଷ୍ଟ ଏହି ଫୋନର ମୂଲ୍ୟ ରହିଛି ୧୩୯୯୯ ଟଙ୍କା । କିନ୍ତୁ ଅକ୍ଟୋବର ୧୧ ରେ ଏହାକୁ ୯,୯୯୯ଟଙ୍କାରେ କିଣିପାରିବେ । ସେହିପରି ୪ଜିବି/୬୪ଜିବି ଭର୍ସନର ଫୋନକୁ କିଣିପାରିବେ ମାତ୍ର ୧୧,୯୯୯ ଟଙ୍କାରେ ।

honorସେହିପରି ୪ଜିବି/୬୪ ଜିବି ଭର୍ସନର Honor 9 Lite ର ମୂଲ୍ୟ ହେଉଛି ୧୬,୯୯୯ ଟଙ୍କା । ଯାହାକୁ ଆପଣ ଏହି ସେଲରେ କିଣିପାରିବେ ମାତ୍ର ୧୧,୯୯୯ଟଙ୍କାରେ । ଏହା ବ୍ୟତୀତ ଏକ୍ସେଚେଞ୍ଜ ଅଫରରେ ୩୦୦୦ ଟଙ୍କା ପର୍ଯ୍ଯନ୍ତ ଅତିରିକ୍ତ ରିହାତି ମିଳିପାରେ । ଯେତେବେଳେ କି ୧୩୯୯୯ ଟଙ୍କାର ୩ଜିବି /୩୨ ଜିବି ବିଶିଷ୍ଟ Honor 9 Lite ର ମୂଲ୍ୟ ରହିଛି ମାତ୍ର ୯୯୯୯ଟଙ୍କା ।

ସେଲ୍ ସମୟରେ Honor 7A ମୋବାଇଲ୍ ଯାହାର ମୂଲ୍ୟ ୧୦,୯୯୯ ଅଛି , ତାହା ମିଳିବ ମାତ୍ର ୭୯୯୯ ଟଙ୍କାରେ । ଭାରତରେ ଏହି ଫୋନ୍ ଖୁବ୍ ଲୋକପ୍ରିୟ । ଅନ୍ୟପଟେ ପ୍ରଥମ ଥର ପାଇଁ ଏହି ବିଗ୍ ବିଲିୟନ ଡେ ରେ ଅନର୍ Honor  7s ଉପରେ ମିଳିବ ରିହାତି । ୮୯୯୯ଟଙ୍କାର ଏହି ଫୋନ୍ ମିଳିବ ମାତ୍ର ୬୪୯୯ ଟଙ୍କାରେ । ସେହିପରି ୩୫୯୯୯ ଟଙ୍କା ମୂଲ୍ୟ ଥିବା Honor 10କୁ ଆପଣ ପାଇପାରିବେ ମାତ୍ର ୨୪୯୯୯ଟଙ୍କାରେ । ଏହି ଫୋନର ସେଲ୍ ଚାଲିବ ୧୧ ଅକ୍ଟୋବରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.