ଅଭିଜିତ୍‌ ଆୟାର ମିତ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଶକ୍ତ ଚାପୁଡ଼ା, ଜାମିନ ଆବେଦନ ଖାରଜ

ଦିଲ୍ଲୀ(କେନ୍ଯୁଜ୍) : ଅଭିଜିତ୍‌ ଆୟାର ମିତ୍ରଙ୍କ ଜାମିନ ଆବେଦନ ଖାରଜ । ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଓଡ଼ିଶା ଏବଂ ଓଡ଼ିଆଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ ଆୟାର ମିତ୍ର । ଓଡ଼ିଶା ବୁଲି ଆସିଥିବା ବେଳେ ଅରୁଚିକର ମନ୍ତବ୍ୟ ଦେଇଥିଲେ । କୋଣାର୍କ ମନ୍ଦିର ଉପରେ ଦେଇଥିଲେ ଅରୁଚିକର ମନ୍ତବ୍ୟ । ସୂର୍ଯ୍ଯମନ୍ଦିର ଉପରେ ଦେଇଥିବା ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ କରୁଛି । ଆପଣଙ୍କୁ କେମିତି ବେଲ୍‌ ଦିଆଯିବ ବୋଲି କହିଛନ୍ତି କୋର୍ଟ । ତେବେ ଆୟାରଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଅଭିଜିତଙ୍କ ଜୀବନ ପ୍ରତି ବିପଦ ରହିଛି । ମାମଲାର ବିଚାର କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଥିଲେ, ଯଦି ଜୀବନ ପ୍ରତି ବିପଦ ରହିଛି, ତେବେ ଜେଲ୍‌ରେ ରୁହ । ତାହା ସବୁଠୁ ସୁରକ୍ଷିତ ଜାଗା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.