ବାଲେଶ୍ୱର ଭୋଗରାଇରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ପିଟି ପିଟି ମାରିଦେଲେ

ବାଲେଶ୍ୱର(କେନ୍ଯୁଜ୍) : ସାମାନ୍ୟ ବଚସାରୁ ଜଣଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଥରେଶ୍ୱର ରାସ୍ତାରେ । ମୃତକଙ୍କ ନାଁ ହରିଶ୍ଚନ୍ଦ୍ର କାମିଳା ଓ ଘର ବସ୍ତା ବ୍ଲକ ରଣକୋଠାରେ । ସେ ଜଣେ ଗହଣା ବ୍ୟବସାୟୀ । ଅଭିଯୋଗ ହୋଇଛି, ଗତକାଲି ହରିଶ୍ଚନ୍ଦ୍ର ନିଜ ଭ୍ୟାନ୍‌ରେ ଜଣେ ସମ୍ପର୍କୀୟଙ୍କୁ ଧରି ଜଳେଶ୍ୱର ହସ୍ପିଟାଲକୁ ଯାଉଥିଲେ । ଏତିକିବେଳେ ପଛରେଶ୍ୱର ଛକରେ ବିପରୀତ ଦିଗରୁ ଆସୁଥିବା ବାଇକ୍‌ ସହ ତାଙ୍କ ଗାଡ଼ିର ଧକ୍କା ହୋଇଥିଲା । ଏଥିରେ ଉତ୍ୟକ୍ତ ଲୋକ ହରିଶ୍ଚନ୍ଦ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଭୋଗରାଇ ପୋଲିସ ଜଣେ ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.