ମାତ୍ର ଦୁଇ ଟଙ୍କାର ଏହି ଜିନିଷକୁ ବ୍ୟବହାର କରି ପାଆନ୍ତୁ ଘନ ଏବଂ କଳା କେଶ

ଲମ୍ବା ଏବଂ କଳା କେଶ ସବୁ ଝିଅଙ୍କର ପସନ୍ଦ ହୋଇଥାଏ। ଏହା ଝିଅ ମାନଙ୍କର ସୁନ୍ଦରତାକୁ ଚାର ଚାନ୍ଦ ଲଗାଇ ଦେଇଥାଏ ଏବଂ ତାଙ୍କର ଆତ୍ମବିଶ୍ବାସ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ। ବଦଳୁଥିବା ଜୀବନଶୈଳୀ ଏବଂ ଚଳଣୀ ପାଇଁ ମହିଳାମାନଙ୍କର କେଶ ଝଡିବାର ସମସ୍ୟା ସାଧାରଣ ହୋଇଗଲାଣି କିନ୍ତୁ ଆପଣଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ।

oil ଆଜି ଆମେ ଆପଣଙ୍କୁ ଜଣାଇବୁ ୨ ଟଙ୍କାର କଫିକୁ ବ୍ୟବହାର କରି ଆପଣ ମାତ୍ର କିଛି ଦିନରେ ଲମ୍ବା ଏବଂ କଳା କେଶ ପାଇପାରିବେ।ଆସନ୍ତୁ ଜାଣିବା ଏହି ଟିପ୍ସ ବିଷୟରେ।କଫି ଆମ ଶରୀରର ଥକାପଣକୁ ଦୂର କରି ଆମକୁ ତେଜିୟାନ ରଖିବାରେ ସାହାଯ୍ୟ କରାଇଥାଏ। ଆସନ୍ତୁ ଜାଣିବା କେଶକୁ ଲମ୍ବା କରିବା ପାଇଁ କଫିର ବ୍ୟବହାର କେମିତି କରିବେ।

olive oilଏଥିପାଇଁ ଆପଣଙ୍କୁ କଫି ପାଉଡର ଏବଂ ଅଲିଭ ଅଏଲ ଦରକାର। ସର୍ବପ୍ରଥମେ ଗୋଟିଏ ପାତ୍ରରେ ୫୦ ମି.ଲି ଅଲିଭ ଅଏଲ ନିଅନ୍ତୁ। ଏବେ ଏଥିରେ ଚାରି ଚାମଚ କଫି ପାଉଡର ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଭଲଭାବେ ମିଶାଇବା ପରେ ଏହାକୁ ୫ ମିନିଟ ପାଇଁ ଏମିତି ଛାଡି ଦିଅନ୍ତୁ।

ଏହା ସହ ପଢ଼ନ୍ତୁ : ଲମ୍ବା ଓ ମଜଭୁତ କେଶ ପାଇଁ ବ୍ଯବହାର କରନ୍ତୁ କଫିର ଏହି ମାସ୍କ

hair oil୫ ମିନିଟ ପରେ ଏକ ପ୍ୟାନରେ ଏହାକୁ ଧୀମା ଆଞ୍ଚରେ ୫ ମିନିଟ ପର‌୍ୟ୍ୟନ୍ତ ରଖନ୍ତୁ। ଏବେ ଗ୍ୟାସ ବନ୍ଦ କରନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ବର୍ତ୍ତମାନ ଏହାକୁ ଛାଣି ଏକ ବୋଟଲରେ ଭରିକି ରଖି ଦିଅନ୍ତୁ। ଆପଣଙ୍କ ତେଲ ଏବେ ପ୍ରସ୍ତୁତ ହେଇଯାଇଛି। ଏବେ ସପ୍ତାହରେ ଦୁଇ ତିନି ଥର କେଶକୁ ଧୋଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ସ୍କାଲ୍ପରେ ଭଲଭାବେ ମସାଜ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.