Below header

ବର୍ଷାରେ ହୁତୁ ହୁତୁ ହୋଇ ଜଳିଗଲା ଚୂନ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌

ଚାନ୍ଦବାଲି(କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବଡ଼ ବଜାର ନିକଟରେ ଏକ ଦୁର୍ଘଟଣା ଘଟିଛି । ଚାନ୍ଦବାଲି-କେନ୍ଦ୍ରାପଡ଼ା ମୁଖ୍ୟ ରାସ୍ତାରେ ଚୂନ ବୋଝେଇ ପିକ୍ଅପ୍ ଗାଡ଼ି ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବାରୁ ଗାଡ଼ିଟି ହୁତୁ ହୁତୁ ହୋଇ ଜଳି ଯାଇଛି। ଗାଡ଼ିରେ ନିଆଁ ଲାଗିଲା ବେଳେ ବାହାରେ ବର୍ଷା ହେଉଥିଲେ ବି ସେଥିରେ ଥିବା ସବୁ ଚୂନ ଜଳି ଯାଇଥିଲା ।

ଗାଡ଼ିର ଡ୍ରାଇଭର ଭୟରେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ନିଆଁ ଲାଗି ଚୂନରେ ବିସ୍ଫୋରଣ ଘଟିବାରୁ ଗାଡ଼ିର ଆଖପାଖକୁ ଯିବା ପାଇଁ ଲୋକେ ଭୟ କରିଥିଲେ । ନିଆଁକୁ ଆୟତ୍ତ କରିବା ସମ୍ଭବ ନହେବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.