ବଡମ୍ବା କୃଷ୍ଣପୁର କ୍ବାରେଣ୍ଟାଇନ ସେଣ୍ଟର ବାହାରେ ଅନ୍ତେବାସୀଙ୍କ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବଡମ୍ବା(କେନ୍ୟୁଜ୍): ବଡମ୍ବା କୃଷ୍ଣପୁର ୟୂପି  ସ୍କୁଲ କ୍ବାରେଣ୍ଟାଇନ ସେଣ୍ଟର ବାହାରେ ଜଣେ ଅନ୍ତେବାସୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ଗତ ୫ଦିନ ତଳେ ମହାରାଷ୍ଟ୍ରରୁ ଫେରି ଗାଁ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଗତ କାଲି ରାତିରେ ଭଲରେ ଖାଇପିଇ ଶେଇଥିଲେ। କିନ୍ତୁ  ଆଜି  ସକାଳୁ ତାଙ୍କ ମର ଶରୀର କ୍ବାରେଣ୍ଟାଇନ ସେଣ୍ଟର ବାହାର ନାଳ ପାଖରେ ମିଳିଥିଲା ।

quarentine center

ତେବେ  ବ୍ୟକ୍ତି ଜଣକ କ୍ବାରେଣ୍ଟାଇନ ସେଣ୍ଟର ବାହାରକୁ  କିଭଳି ଆସିଲେ ଓ ତାଙ୍କର ମୃ‌ତ୍ୟୁ କିଭଳି  ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଘଟଣା ସ୍ଥଳରେ ପୋଲିସ ଓ  ପରେନ୍ସିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।