Below header

କାଲିଠାରୁ ପ୍ଲାଷ୍ଟିକ୍ କଟକଣା ଲାଗୁ : କେତେ ସେଚେତନ ଆମ ରାଜଧାନୀ ବାସିନ୍ଦା, ଆସନ୍ତୁ ଜାଣିବା

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲିଠାରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯାଇଛି । ରାଜ୍ୟ ସରକାର ଏହି କଟକଣା ଲଗାଇଛନ୍ତି । ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ମହାନଗର ନିଗମ ସମେତ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ବିଶେଷ କରି ପଲିଥିନକୁ ନିଷିଦ୍ଧ ଘୋଷଣା କରାଯାଇଛି । ସ୍ମାର୍ଟ ସିଟି ଭୁବନେଶ୍ବରରେ ଦୀର୍ଘ ବର୍ଷ ହେଲା ପଲିଥିନ୍ ଉପରେ କଟକଣା ଲଗାଇବାକୁ ଚିନ୍ତା କରାଯାଇଥିଲା । ହେଲେ ଗାନ୍ଧୀ ଜୟନ୍ତୀରୁ ଏହାକୁ କଡ଼ା କଟକଣା ସହ ଲାଗୁ କରାଯାଇଛି । ତେବେ ଏହାକୁ ନେଇ କେତେ ସଚେତନ ରାଜଧାନୀ ବାସିନ୍ଦା ଏବଂ ଏଭଳି ଏକ କଟକଣା ଲାଗୁ ପରେ କିଭଳି ଭାବେ ପରିସ୍ଥିତିର ସାମନା କରିବେ ଲୋକେ ସେ ସମ୍ପର୍କରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ କେନ୍ୟୁଜ୍ ରିପୋର୍ଟର । ଅଧିକାଂଶଙ୍କ ଉତ୍ତର ଥିଲା ଆମେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବୋତଲର ବିକଳ୍ପ ଭାବେ କଣ ନେବୁ ସେକଥା ଜାଣି ନାହୁଁ । ଏମିତିକି ସେମାନଙ୍କୁ କଟକଣା ବିଷୟରେ ସଚେତନ କରାଯାଇ ନାହିଁ ବୋଲି ଅନେକ କହିଛନ୍ତି । ତେବେ ସମସ୍ତେ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

PLASTIC-1

ସେପଟେ ବିଏମସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଆମେ ବିଭିନ୍ନ ପଦକ୍ଷେପ ନେଇଛୁ । ଲୋକଙ୍କୁ ସଚେତନ କରିବା ସହ ବିକଳ୍ପ ନେଇ ମଧ୍ୟ ବୁଝାଇବୁ । ଅକଟୋବର ୨ରୁ ଏହି ୬ଟି ସହରରେ ପ୍ଲାଷ୍ଟିକ୍ ଉତ୍ପାଦନ, ବିକ୍ରି, ବ୍ୟବହାର, ପରିବହନ ସବୁ କିଛି ଉପରେ କଟକଣା ଲାଗୁ କରାଯାଇଛି । ଖାଲି କାର୍ଯ୍ୟାନୁଷ୍ଠାନ ଭୟରେ ଯେ ଲୋକ ସଚେତନ ହୋଇଯିବେ ସେକଥା ଭାବିବା ଭୁଲ । ଏହାକୁ କିଭଳି ଭାବେ ରୋକା ଯିବ ଏବଂ ଲୋକଙ୍କୁ ଠିକଣା ବାଟରେ ନିଆଯିବ ସମ୍ପର୍କରେ ସାଧାରଣ ଲୋକ ବି ଜାଣିବା ଜରୁରୀ ।

https://www.youtube.com/watch?v=cilvXb3-gUA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.