Below header

ବିଏସଏନଏଲର ଧମାକାଦାର ଅଫର, ଶସ୍ତା ପ୍ଲାନ ସହ ମିଳିବ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍

ନୂଆଦିଲ୍ଲୀ : ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ବା ବିଏସଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ  ପ୍ରିପେଡ ଇଣ୍ଟରନାସନାଲ ରୋମିଙ୍ଗ ପ୍ଲାନ୍‌, ପ୍ରମୋସନାଲ ବିଏସଏନଏଲ ଡେ ସ୍ପେଶାଲ ତାରିଫ ଭାଉଚର୍‌ ଓ ଆମାଜନ୍‌ ଅଫର୍‌ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସାଟେଲାଇଟ୍‌  ଫୋନର ମଧ୍ୟ ଶୁଭାରମ୍ଭ କରାଯାଇଛି । ଆଗକୁ ପାର୍ବଣ ରୁତୁରେ ଗ୍ରାହକମାନେ ମୋବାଇଲ ଡାଟାର ବହୁଳ ବ୍ୟବହାର କରିବାକୁ ଥିବାରୁ ବିଏସଏନଏଲ ପକ୍ଷରୁ  ଏଭଳି ଅଫର ରଖାଯାଇଛି । ଗ୍ରାହକ ଦୈନିକ ଅତିରିକ୍ତ ୨ ଜିବି ଡାଟା ମାଗଣାରେ ପାଇବେ । ଅନ୍ତଃରାଷ୍ଟ୍ରୀୟ ରୋମିଙ୍ଗ ଏବଂ ଆଇଏସଡି ପ୍ୟାକ୍‌କୁ ୩୦ ଦିନ ପାଇଁ ରିଚାର୍ଜ କରିବାକୁ ହେଲେ ୫୭ ଟଙ୍କା ରିଚାର୍ଜ କରିବାକୁ ପଡିବ ।

BSNL-India ବିଏସଏନଏଲ୍ ଗ୍ରାହକଙ୍କୁ ଦେଲା ଦମଦାର ୧୮ଟଙ୍କାର ପ୍ଯାକ୍, ମିଳିବ ଡ଼ାଟା ଏବଂ ମଗଣା କଲର ସୁବିଧା

ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ତାହାର ୧୮ ବର୍ଷ ପୂରିବା ସହ ଜିଓକୁ ଟକ୍କର ଦେବା ପାଇଁ ଲଞ୍ଚ କରିଛି ଦମଦାର ଅଫର। ଏହାର ମୂଲ୍ଯ ୧୮ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରହାକଙ୍କୁ ମାଗଣା ଭଏସ କଲିଂ, ଅନଲିମିଡ଼େଟ୍ ଭିଡ଼ିଓ କଲ ସହ ଅନଲିମିଟେଡ଼୍ ଡ଼ାଟାର ସୁବିଧା ମିଳିବ।  ତେବେ ଏହାକୁ ୧ ରୁ ୧୮ ଅକ୍ଟୋବର ମଧ୍ୟରେ ରିଚାର୍ଜ କଲେ ତାହାର ଫାଇଦା ଆପଣ ଉଠାଇ ପାରିବେ। ଏହି ପ୍ଳାନ ସବୁ ସର୍କଲ ପାଇଁ ଲାଗୁ କରାଯାଇଛି।

bsnl

ଏହା ବ୍ଯତୀତ କମ୍ପାନି ୧୮ ପ୍ରତିଶତ ଅତିରିକ୍ତ ଟକଟାଇମ୍ ଏବଂ ଡ଼ାଟାର ପ୍ରିମିୟମ୍ ରିଚାର୍ଜ ପ୍ଯାକ୍ସକୁ ମଧ୍ୟ ଲଞ୍ଚ କରିଛି। ୧,୮୦୧ ଟଙ୍କାର ପ୍ଳାନରେ ୨,୧୨୫ଟଙ୍କାର ଟକଟାଇମ୍ ମିଳିବା ସହ ୧୫ଜିବି ଡ଼ାଟା ମିଳିବ। ସେହିପରି ୧,୨୦୧ ଟଙ୍କାର ପ୍ଲାନରେ ୧,୪୧୭ଟଙ୍କାର ଟକଟାଇମ୍ ଏବଂ ୧୦ଜିବି ଡ଼ାଟା ମିଳିବ। ଏଥିସହ କମ୍ପାନି ୬୦୧ ଟଙ୍କାର ଟଙ୍କାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହା ଦ୍ବାରା ଗ୍ରାହକ ୭୦୯ ଟଙ୍କା ପାଇବା ସହ ୫ଜିବି ଡ଼ାଟା ପାଇପାରିବେ। ଏହି ପ୍ଲାନ ଗୁଡ଼ିକର ବୈଧତା ୯୦ ଦିନ ପର୍ଯ୍ଯନ୍ତ ରହିବ।

ବିଏସଏନଏଲର ୧୮ଟଙ୍କାର ପ୍ଲାନ ରିଲାଏନ୍ସ ଜିଓର ୧୯ଟଙ୍କା ପ୍ଲାନକୁ ଟକ୍କର ଦେଉଛି। ଜିଓର ୧୯ଟଙ୍କାର ପ୍ଲାନରେ ପ୍ରତିଦିନ ୦.୧୫ ଜିବି ଡ଼ାଟା ସହ, ଅନଲିମିଟେଡ଼୍ କଲିଂ ଏବଂ ୨୦ଟି ଏସଏମଏସର ସୁବିଧା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.