Below header

ଜୁଲାଇ ୨୪ରେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: ଜୁଲାଇ ୨୪ରେ ହେବ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା । ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ । ଖୁବଶୀଘ୍ର ସବୁ ବିଶ୍ୱବିଦ୍ୟାଳୟ, କଲେଜରେ ଆଡମିଶନ ଆରମ୍ଭ ହେବ । ନଭେମ୍ବର ମାସରୁ ଆରମ୍ଭ ହେବ ପିଜି କ୍ଲାସ । ଆସନ୍ତାକାଲିଠୁ ୩୦% କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବ ଉଚ୍ଚ ଶିକ୍ଷା ବିଭାଗ । ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

srun sahu କେବେଠାରୁ ଓ କିଭଳି ଆରମ୍ଭ ହେବ ଚଳିତବର୍ଷର ଶିକ୍ଷାବର୍ଷ ? ୟୁଜିସି ଗାଇଡଲାଇନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଆଲୋଚନା ହୋଇଥିଲା । ସାମିଲ ଥିଲେ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି । କୋଭିଡ-୧୯ ଗାଇଡଲାଇନ ଅନୁସାରେ ଚଳିତ ଆର୍ଥିକ ବର୍ଷ ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ କମନ୍‌ ଆଡମିଶନ୍‌ ଟେଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.