Below header

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ, ଚଳିତ ବର୍ଷ ପାସ୍‌ ହାର ରହିଛି ୭୦. ୨୧%

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍‌ ହାର ରହିଛି ୭୦. ୨୧ ପ୍ରତିଶତ । ୩୯ ପ୍ରତିଶତ ପୁଅ ପାସ୍‌ କରିଥିବା ବେଳେ ୩୧ ପ୍ରତିଶତ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ରେ ପାସ୍‌ ହାର ସର୍ବାଧିକ ୮୬. ୫୧ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ କିମ୍ବା ନିଜ କଲେଜରୁ ପରୀକ୍ଷା ଫଳ ପାଇପାରିବେ ।

www.orissaresult.nic.in  ୱେବ୍‌ସାଇଟ୍‌ ମାଧ୍ୟମରେ ପରୀକ୍ଷାଫଳ ଜାଣି ହେବ । ସାମ୍ସର ଇ ସ୍ପେସ୍‌ ମାଧ୍ୟମରେ କଲେଜ ଗୁଡିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ । ସିବିଏସ୍‌ଇ ଫୋନ୍‌ ନମ୍ବର ୦୬୭୪- ୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ରେ ମଧ୍ୟ ରେଜଲ୍ଟ ଜାଣି ହେବ । ପରୀକ୍ଷା ଫଳ ପାଇଁ ୨୪ ଘଣ୍ଟା ଖୋଲା ରହିବ ଟୋଲ ଫ୍ରି ନମ୍ବର । ଚଳିତ ବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିଲେ । ମିଳିଥିବା ସୁଚନା ଅନୁଯାୟୀ ୧୫ଟି କଲେଜରେ ଫଳ ଶୂନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.