ମାସ୍କ ପିନ୍ଧିବାକୁ ନେଇ ମହିଳା କନେଷ୍ଟବଳଙ୍କ ସହିତ ଝଗଡା କଲେ ରବୀନ୍ଦ୍ର ଜାଡେଜା ଏବଂ ପତ୍ନୀ

ଖୁବଶୀଘ୍ର ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କ୍ରିକେଟର ୟୁଏଇ ଯାତ୍ରା କରିବେ। ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିବାଦରେ ଫସିଛନ୍ତି। ଜାଡେଜା ଓ ତାଙ୍କ ପତ୍ନୀ ରିଓ୍ଵାବଙ୍କ ବିରୋଧରେ ଜଣେ ମହିଳା କନଷ୍ଟେବଲଙ୍କ ସହିତ ଦୁର୍ବ୍ୟହାର କରିଥିବା ଅଭିଯୋଗ ଆଣିଛନ୍ତି।

ମିଳିଥିବା ଖବର ଅନୁଯାୟୀ ମହିଳା ପୋଲିସକର୍ମୀ ଜାଡେଜା ଓ ତାଙ୍କ ପତ୍ନୀଙ୍କୁ ମାସ୍କ ପିନ୍ଧି ନଥିବାରୁ ଅଟକାଇ ଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳା ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ କନଷ୍ଟେବଲ ସୋନଲ ଗୋସାଇ ଗତ ରାତି ପ୍ରାୟ ୯ଟାରେ ରାଜକୋଟରେ କିସନପାଡା ଛକରେ କାରରେ ଯାଉଥିବା ଜାଡେଜା ଓ ତାଙ୍କ ପତ୍ନୀଙ୍କୁ ଅଟକାଇଥିଲେ। ସେ ଏହି ଭାରତୀୟ କ୍ରିକେଟରଙ୍କୁ ମାସ୍କ ନପିନ୍ଧିବା କାରଣରୁ ଜୋରିମାନା ଭରିବାକୁ କହିଥିଲେ ଏବଂ ଲାଇସେନ୍ସ ମଧ୍ୟ ମାଗିଥିଲେ।

dd

ସୂତ୍ର ଅନୁଯାୟୀ ଜାଡେଜା ପୋଲିସଙ୍କୁ କହିଛନ୍ତି ଯେ ମହିଳା ପୋଲିସକର୍ମୀ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଅପରପକ୍ଷେ ଦୁଶ୍ଚିନ୍ତା କାରଣରୁ କନଷ୍ଟେବଲ ଗୋସାଇଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.