ଅଗଷ୍ଟ ୧୫ରେ ମିଳିବ କରୋନାରୁ ମୁକ୍ତି! ଭାରତ ବାୟୋଟେକ୍‌ର କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ଆଇସିଏମ୍‌ଆରର ମଞ୍ଜୁରୀ

ଦୀର୍ଘ ଦିନ ଧରି ସାରା ବିଶ୍ୱରେ ତାଣ୍ଡବ ଲୀଳା ଜାରି ରଖିଥିବା କରୋନାରୁ ମିଳିବାକୁ ଯାଉଛି ମୁକ୍ତି। ଗତକାଲି ଋଷ ତରଫରୁ କରୋନା ଟୀକା ପ୍ରସ୍ତୁତ ହୋଇଥିବା ନେଇ ଘୋଷଣା ହେବା ପରେ ଏବେ ଭାରତ ମଧ୍ୟ ଏହି ଟୀକା ପ୍ରସ୍ତୁତ କରିଥିବା ନେଇ ଦାବି କରିଛି। ଆଉ ମାତ୍ର ଦୁଇ ଦିନ ପରେ ଭାରତ ମଧ୍ୟ କରୋନା ଟୀକାକୁ ବଜାରକୁ ଛାଡ଼ିବ ବୋଲି ଜଣାଯାଇଛି।

COVAXIN to be launched by August 15: All about India's COVID-19 ...

ଭାରତ ବାୟୋଟେକ୍‌ ତରଫରୁ ତିଆରି କରାଯାଇଥିବା ଭ୍ୟାକ୍‌ସିନ୍‌ର ଟ୍ରାଏଲ ସମ୍ପୂର୍ଣ୍ଣ ହୋଇଛି। ଏହି ଟୀକାର ନାଁ ରହିଛି ବିବିଭିି୧୫୨। ଆଇସିଏମ୍‌ଆର ମଧ୍ୟ ଏହି ଟୀକାକୁ ମଞ୍ଜୁରୀ ଦେଇସାରିଲାଣି। ତେବେ ଅଗଷ୍ଟ ୧୫ ମଧ୍ୟରେ କରୋନା ଟୀକା ଭାରତ ବଜାରକୁ ଆସିବ ବୋଲି କୁହାଯାଉଛି। ଏଣୁ ସ୍ୱାଧୀନତା ଦିବସ ଅବସରରେ କରୋନାରୁ ମଧ୍ୟ ମୁକ୍ତି ମିଳିବ ବୋଲି ଅନୁମାନ କରାଯାଉଛି।

UK to shun EU coronavirus vaccine purchase plan | Financial Times

ସୂଚନାଯୋଗ୍ୟ ଯେ ଏବେ ଯାଏଁ ଦେଶରେ କରୋନା ମହାମାରୀ ଯୋଗୁ ୪୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି। ସେହିଭଳି ଆକ୍ଟିଭ୍‌ କେସ୍‌ ୬ ଲକ୍ଷ ୪୩ ହଜାର ୯୪୮ ରହିଥିବା ବେଳେ ଏବେ ଯାଏଁ ୧୬ ଲକ୍ଷ ୩୯ ହଜାର ୬୦୦ ଜଣ ସୁସ୍ଥ ହେଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.