Below header

ଆଜି ଓଡିଶା ଓ ପଶ୍ଚିମ ବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

କେନ୍ଯୁଜ୍: ବାତ୍ଯା ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୦.୪୫ମିନିଟରେ ପଶ୍ଚିମବଙ୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି। ଆକାଶ ମାର୍ଗରୁ ବାତ୍ଯା ସ୍ଥିତି ଅନୁଧ୍ଯାନ କରିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି।

ସୂଚନା ମୁତାବକ ସକାଳ ୧୦ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଦମଦମ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ହେଲିକେପ୍ଟରରେ ବମିରହାଟ, ସୁନ୍ଦରବନ ସଂଲଗ୍ନ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିଦର୍ଶନ କରିବେ । ପିଏମଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବେ । ୨ଟା ୨୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ପରେ ଏଠାରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାତ୍ୟା ଅମ୍ପନ କ୍ଷତିଗ୍ରସ୍ତ ଜିଲା ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ ଟା ୩୦ରେ ବିମାନବନ୍ଦରରେ ବୈଠକ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ଦିଲ୍ଲୀରୁ ବାହାରି ସାରିଥିବା ବେଳେ ପ୍ରଥମେ ପଶ୍ଚିମ ବଙ୍ଗ ଯିବେ ଓ ପରେ ଓଡିଶା ଅଭିମୁଖେ ଆସିବେ ।

ବିମାନବନ୍ଦରରେ ପୋଲିସ ଡିଜି, ସ୍ପେଶାଲ ଗୁଇନ୍ଦା ଡିଜି, ପୋଲିସ କମିସନରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.