Below header

ଗଞ୍ଜାମ: ଛତ୍ରପୁର ବିଡ଼ିଓ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ (କେ ନ୍ୟୁଜ):  ଗଞ୍ଜାମ ଜିଲ୍ଲା ଅଧିନସ୍ଥ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜାମ ଥାନା ପୋଲିସ । ଏହି ଘଟଣାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତକୁ ଖୋଜିବା ପ୍ରକ୍ରିୟା ଜାରି ରଖିଛି ପୋଲିସ । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ନେଇ ପ୍ରତିଶୃତି ଦେଇଛି ପୋଲିସ । କହିରଖିବା ଉଚିତ ହେବକି, ବୁଧବାର ଛତ୍ରପୁର ବିଡିଓ ଗଞ୍ଜାମ ଥାନା ତେଲୁଗୁ ନୂଆଗାଁରେ ଥିବା କରୋନା ଅସ୍ଥାୟୀ ଚିକିିତ୍ସା ଶିବିର ପରିଦର୍ଶନ କରିବାକୁ ଯାଇଥିଲେ ।

ଏହି ସମୟରେ ଶିବିର ନିକଟରେ କିଛି ସ୍ଥାନୀୟ ଯୁବକ ପଡିଆରେ କ୍ରିକେଟ ଖେଳୁଥିଲେ । ଏହାକୁ ନେଇ ବିଡିଓ ପ୍ରତିବାଦ କରିବାରୁ ଯୁବକ ଏବଂ ବିଡିଓଙ୍କ ମଧ୍ୟରେ ବଚସା ସହ ମାରପିଟ ମଧ୍ୟ ହୋଇଥିଲା । ଏହି ଘଟଣାରେ ବିଡ଼ିଓ ଆହତ ମଧ୍ୟ ହୋଇଥିଲେ | ପରେ ତାଙ୍କର ଆସୁ ଚିକିତ୍ସା କରାଯିବା ସହ ଏବାବଦରେ ପୋଲିସରେ ଏତଲା ଦାୟର କରାଯାଇଥିଲା । ଅନ୍ୟ ପକ୍ଷରେ ବିଡିଓଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘର ଗଂଜାମ ଜିଲ୍ଲା ଶାଖା । ଗଂଜାମ କିଲ୍ଲାପାଳ ଓ ଏସ୍ପି ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ନେଇ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.