Below header

ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣାରେ ୭ ନକ୍ସଲ ଗିରଫ

ଦାନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣାରେ ୭ ନକ୍ସଲ ଗିରଫ। ୭ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ୩ ନାବାଳକଙ୍କୁ ଜୁଭେନାଇଲ ହୋମକୁ ପଠାଇ ଦିଆଯାଇଛି। ଅନ୍ୟ ୪ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଦିଆଯାଇଛି। ଏପ୍ରିଲ ୨୬ ତାରିଖରେ ଛତିଶଗଡ଼ ଦାନ୍ତେୱାଡ଼ାର ଅରନପୁରରେ ନକ୍ସଲଙ୍କ ଆମ୍ବୁସ ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ନିହତ ହୋଇଥିଲେ।

ଅରନପୁର ପୋଲିସ ଥାନା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିିଥିଲା। ନକ୍ସଲ ବିରୋଧୀ ଅପରେସନରେ ଯାଉଥିଲେ ସୁରକ୍ଷା କର୍ମୀ। ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ବେଳେ ଆମ୍ବୁସ ଲଗାଇ ଜଗି ବସିଥିଲା ମାଓବାଦୀ, ଆଇଇଡି ବ୍ଲାଷ୍ଟ କରିଥିଲେ। ଏଥିରେ ୧୦ଜଣ ସୁରକ୍ଷା କର୍ମୀଙ୍କ ସହ ଜଣେ ଡ୍ରାଇଭର ପ୍ରାଣ ହରାଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସୁରକ୍ଷା କର୍ମୀଙ୍କ ଗାଡ଼ି ଉପରକୁ ଉଠିଯିବା ସହ ସେଠି ବଡ଼ ଗାତ ହୋଇଯାଇଥିଲା। ବିସ୍ଫୋରଣରେ ୫୦ କେଜି ଆଇଇଡି ବ୍ୟବହାର ହୋଇଥିଲା।.

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.