Below header

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହାଜର ହେବେ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହେବେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭିଡିଓ କନଫରେନ୍ସିଂ ଜରିଆରେ କ୍ରାଇମବ୍ରାଞ୍ଚ ଏଡିଜି ହାଜର ହେବେ । ନଭେମ୍ବର ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବେ ।

ଏହି ଘଟଣାର ଅଭିଯୁକ୍ତ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଓ ସିକ୍ୟୁରିଟି ଗାର୍ଡ ବିଜୟ ରାଉତ ଓ ଶ୍ରୀବତ୍ସ ସାମଲକୁ ୧୪ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏବେ ଅଭିଯୁକ୍ତମାନେ ଝାରପଡା ଜେଲରେ । ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଅକ୍ଟୋବର ୧୪ରେ ମାମଲାର ଶୁଣାଣି କରି ପୀଡ଼ିତା ଓ ତାଙ୍କ ମାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.