Below header

ଜୟପୁରରେ ଭାବବିହ୍ଵଳ ହେଲେ ବି. କେ ଶର୍ମା, ପ୍ରଥମ କାର୍ଯ୍ୟମୟ ଜୀବନର ଅଭୁଲା ଓ ନିଆରା ସ୍ମୃତି ମନେ ପକାଇଲେ ପୋଲିସ ଡିଜି

ଜୟପୁର (କେନ୍ୟୁଜ୍) : ଭାବବିହ୍ଵଳ ହେଲେ ପୋଲିସ ଡିଜି ବି କେ ଶର୍ମା । ୨୯ ବର୍ଷ ତଳେ ଏହିଠୁ ନିଜର କାର‌୍ୟ୍ୟ ଜୀବନ ଆରମ୍ଭ କରିଥିଲେ ବି. କେ ଶର୍ମା । ଏହା ପରେ ଗତକାଲି ସେ ଜୟପୁରରେ ପହଞ୍ଚିଥିଲେ । ଜୟପୁର ସିଟିଜେନ୍ କମିଟି ଓ ବିଭିନ୍ନ ସଂଗଠନ ପକ୍ଷରୁ ନାଚ ଗୀତ ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ନିଜ ସହରରେ ନିଜର ପ୍ରଥମ ଆଇପିଏସଙ୍କୁ ଭବ୍ୟ ସ୍ୱାଗତ ଦେଇଥିଲେ ସହରବାସୀ । ଆଉ ଏଥିରେ ଭାବବିହ୍ଵଳ ହୋଇଯାଇଥିଲେ ପୋଲିସ ଡିଜି । ଜୟପୁରରେ କାର‌୍ୟ୍ୟ ଜୀବନର ପ୍ରଥନ ଦିନର କଥା ବଖାଣିଥିଲେ । କିଛି ଅଭୁଲା ସ୍ମୃତି ଉପସ୍ଥିତ ଲୋକଙ୍କ ସହ ବାଣ୍ଟିଥିଲେ ।

କହିଥିଲେ, ଜୟପୁରବାସୀଙ୍କ ଶ୍ରଦ୍ଧା ଓ ଭଲପାଇବା ତାଙ୍କୁ ବହୁତ ଆଗକୁ ନେଇଛି । ଜୟପୁରରେ ହୋଇଥିବା ଏହି ବୈଠକରେ ପୋଲିସ ଡିଜିଙ୍କ ସମେତ ଡିଆଇଜି ସଫିକ ଅହମ୍ମଦ, ଏସ୍‌ପି, ଏସ୍‌ଡିପିଓ, ଜୟପୁର ବିଧାୟକ ଓ ପୂର୍ବତନ ବଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜୟପୁରରେ କାର‌୍ୟ୍ୟ କରୁଥିବା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସେ ଉଦାହରଣ ସୃଷ୍ଟି କରିଥିବା କହିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ଅବସରରେ ସହରବାସୀଙ୍କ ଦାବି, ସାଇବର ଥାନା ଓ ଅଧିକ କର୍ମଚାରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.