Below header

ଢେଙ୍କାନାଳରେ ପୋଲିସ-ଜନତା ଖଣ୍ଡଯୁଦ୍ଧ, ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ କେନ୍ଦ୍ର କରି ଉତ୍ତେଜନା

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳରେ ପୋଲିସ-ଜନତା ଖଣ୍ଡଯୁଦ୍ଧ । ନୂଆ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ କେନ୍ଦ୍ର କରି ଉତ୍ତେଜନା । ଆଜି ସକାଳ ବଳରାମପୁର ଗାଁ ନିକଟରେ ବିୟର ଫ୍ୟାକ୍ଟ୍ରି ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଗଛ କଟା । ବିରୋଧ କରିଥିଲେ ଗାଁ ଲୋକ । ଉଭୟ ପୁରୁଷ ଓ ମହିଳାମାନେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏତିକିବେଳେ ପୋଲିସ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତେଜନା ପରେ ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଥିଲା । କିଛି ଗାଁ ଲୋକଙ୍କୁ ଅଟକ ରଖାଯାଇଛି ।

d1ବଳରାମପୁର ଗାଁରେ ପି. ଏଣ୍ଡ. ଏ. ବଟଲର ବିୟର କମ୍ପାନୀକୁ ପ୍ରକଳ୍ପ ପାଇଁ ଜମି ଦିଆଯାଇଛି । କମ୍ପାନୀକୁ ଦିଆଯାଇଥିବା ୧୨ ଏକର ମଧ୍ୟରୁ ପ୍ରାୟ ୫ ଏକର ଜମି ଉପରେ ରହିଛି ବିଶାଳ ଜଙ୍ଗଲ । ଏଥିରେ ଶାଳ ଓ ଅନ୍ୟାନ୍ୟ ମୂଲ୍ୟବାନ ଗଛ ସବୁ ରହିଛି । ସେସସବୁକୁ କଟା ଯାଉଥିବାରୁ ବିରୋଧ କରୁଛନ୍ତି ଗାଁ ଲୋକ । ତେବେ ବଳପ୍ରୟୋଗ କରି ଗାଁ ଲୋକଙ୍କୁ ତଡ଼ି ଦିଆଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗଁଦିଆ ତହସିଲଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.