Below header

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏୟାରପୋର୍ଟରେ ମାତ୍ର ୪୫ ସେକେଣ୍ଡରେ ହେବ ଆପଣଙ୍କ ବ୍ଯାଗେଜ୍ ଚେକ-ଇନ୍

ନୂଆଦିଳ୍ଲୀ : ବିମାନଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଏବେ ଏୟାରପୋର୍ଟରେ ମାତ୍ର ୪୫ସେକେଣ୍ଡରେ ଆପଣଙ୍କ ଜିନିଷର ଚେକଇନ୍ ହେବ। ଏଥିପାଇଁ ଆଉ ଅଧିକ ସମୟ ପର୍ଯ୍ଯନ୍ତ ଲାଇନ ଲାଗି ସମୟ ବରବାଦ କରିବାକୁ ପଡ଼ିବ ନାହିଁ। ଏହାର ଆରମ୍ଭ ବର୍ତ୍ତମାନ କେବଳ ଦେଶର ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ଗୁଡ଼ିକରେ କରାଯାଇଛି। କିନ୍ତୁ ଖୁବ ଶୀଘ୍ର ଏହାକୁ ଦେଶର ପ୍ରମୁଖ ବିମାନ ବନ୍ଦର ଗୁଡ଼ିକରେ ଆରମ୍ଭ କରାଯିବା ନେଇ ଖବର ରହିଛି।

check in

ଏହି ସେବାକୁ ବର୍ତ୍ତମାନ ବାଙ୍ଗାଲୁରୁ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଆରମ୍ଭ କରାଯାଇଛି। ଏନେଇ ବାଙ୍ଗାଲୁରୁ ଇଣ୍ଟରନ୍ଯାସନାଲ ଏୟାରପୋର୍ଟ ଲିମିଟେଡ୍ (ବିଆଇଏଲ) ବର୍ତ୍ତମାନ ୧୬ଟି ସଂପୂର୍ଣ୍ଣ ସ୍ବଂଚାଳିତ ସେଲ୍ଫ ବ୍ଯଗ୍ ମସିନ ଲଗାଇଛି। ଏହା ପଛରେ ବ୍ଯାଗେଜ୍ ଟ୍ରାଞ୍ଜାକସନ ପ୍ରୋସେସକୁ ଖୁବ କମ ସମୟରେ ଶେଷକରାଯିବ ବୋଲି ନିଷ୍ପତି ନିଆଯାଇଛି। ଏହି ସେବାର ଆରମ୍ଭ ପରେ ଲୋକଙ୍କୁ ଆଉ ଅଧିକ ସମୟ ପର୍ଯ୍ଯନ୍ତ ଲାଇନରେ ଠିଆ ହେବାକୁ ପଡ଼ିବ ନାହିଁ।

 

ଏହି ସେବାର ଲାଭ ବର୍ତ୍ତମାନ କେବଳ ଏୟାର ଏସିଆ ଏବଂ ସ୍ପାଇସଜେଟର ଯାତ୍ରୀ ଉଠାଇପାରିବେ। କିନ୍ତୁ କିଛି ସମୟ ମଧ୍ୟରେ ଏହାକୁ ସମସ୍ତ ଏୟାରଲାଇନ୍ସ ପାଇଁ ଲାଗୁ କରାଯିବା ନେଇ ସୂଚନା ରହିଛି।

airport

 କିପରି କରିବେ ଚେକ୍- ଇନ୍

ଯାତ୍ରୀଙ୍କୁ ସର୍ବପ୍ରଥମେ ସେଲ୍ଫ ଚେକ୍-ଇନ୍ କିୟୋସ୍କ ଦ୍ବାରା ନିଜର ବୋଡ଼ିଂ ପାସ ଏବଂ ବ୍ଯାଗେଜର ଟ୍ଯାଗକୁ ପ୍ରିଣ୍ଟ କରନ୍ତୁ। ଟ୍ଯାଗ ହେବା ପରେ ଯାତ୍ରୀଙ୍କୁ ବ୍ଯାଗ୍ ଡ୍ରାପ୍ ମେସିନରେ ବୋଡ଼ିଂ ପାସକୁ ସ୍କାନ କରିବାକୁ ପଡ଼ିବ। ଏହାପରେ ମେସିନ୍ ସମସ୍ତ ବ୍ଯାଗର ଓଜନ ଏବଂ ସାଇଜ୍ ମାପିବ। ଏହାପରେ ଯାତ୍ରୀଙ୍କ ଜିନିଷକୁ ବ୍ଯାଗେଜ ହୋଲଡ଼ିଂ ସିଷ୍ଟମରେ ଚଢ଼ାଇଦିଅନ୍ତୁ।

ଯଦି ଜିନିଷର ଓଜନ ଏୟାରଲାଇନ ଦ୍ବାରା ନିର୍ଦ୍ଧାରିତ ଲିମିଟରୁ ଅଧିକ ହୋଇଥିବା ତେବେ ଯାତ୍ରୀଙ୍କୁ ହାଇବ୍ରିଡ଼ କାଉଣ୍ଟରକୁ ପଠାଯିବ। ଯେଉଁଠାରେ ସେ ଅତିରିକ୍ତ ଟଙ୍କା ଦେବା ସହ ପ୍ରୋସେସକୁ ପୂରା କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.