ନିର୍ଦ୍ଦେଶକଙ୍କ ବଦଳି ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଭିମ୍‌ସାର ଜୁନିଅର ଡାକ୍ତର ସଂଘ

ସମ୍ବଲପୁର(କେନ୍ଯୁଜ୍) : ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜହାରିଙ୍କୁ ବଦଳି ଦାବିରେ ତେଜିଲା ଆନ୍ଦୋଳନ । ଆନ୍ଦୋଳନକୁ ଓହ୍ଲାଇଛି ଭିମ୍‌ସାର ଜୁନିଅର ଡାକ୍ତର ସଂଘ । ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସେବାକୁ ଜୁନିଅର୍‌ ଡାକ୍ତର ବର୍ଜନ କରିଛନ୍ତି । ନିର୍ଦ୍ଦେଶକଙ୍କ ବଦଳି ସହ ୧୨ ଦଫା ଦାବିରେ ଜୁନିଅର୍‌ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ୪୮ ଘଣ୍ଟାରେ ଦାବି ପୂରଣ ନହେଲେ ସବୁ ସେବା ବନ୍ଦ କରିବାକୁ ଚେତେଇ ଦେଇଛି ସଂଘ । ଗତକାଲି ଦାବି ପୂରଣ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲା ଜୁନିଅର ଡାକ୍ତର ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.