Below header

ଭୁବନେଶ୍ୱର ନୟାପଲ୍ଲୀରେ OYO ନାଁରେ ସାଂଘାତିକ ଅଭିଯୋଗ, ରୁମ୍‌ ଲକ୍‌ କି’ରେ ହିଡେନ୍‌ କ୍ୟାମେରା ଲଗାଇ କରାଯାଇଛି ଭିଡିଓ

ଭୁବନେଶ୍ବର: ଆପଣ ବାହାରକୁ ବୁଲିବାକୁ ଯିବା ବେଳେ ହୋଟେଲ ରୁମ୍‌ ବୁକ୍‌ କରୁଛନ୍ତି କି ? ସାବଧାନ ! ଆପଣଙ୍କ ରୁମ୍‌ ଭିତରର ଭିଜୁଆଲ ରେକର୍ଡ ହୋଇପାରେ । ଆଉ ଆପଣଙ୍କୁ ବ୍ଲାକ ମେଲିଂ କରିପାରନ୍ତି ହୋଟେଲ କର୍ମଚାରୀ । ଏପରି ଏକ ଅଭିଯୋଗ ଆସିଛି ଭୁବନେଶ୍ୱରରୁ । ନୟାପଲ୍ଲୀ ଅଞ୍ଚଳରେ ଥିବା OYOରେ ରୁମ୍‌ ବୁକ୍‌ କରିଥିଲେ ଯୁବକ ଯୁବତୀ । ରୁମ୍‌ ଲକ୍‌ କି’ରେ ହିଡେନ୍‌ କ୍ୟାମେରା ଲଗାଯାଇ ଭିଡିଓ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହୋଟେଲ କର୍ମଚାରୀ ଭିଡିଓ ରେକଡିଂ କରି ତାଙ୍କୁ ବ୍ଲାକମେଲିଂ କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ହୋଟେଲର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.