ସପନା ଚୌଧୁରୀଙ୍କ ଗୀତରେ ଡ୍ୟାନ୍ସ କରି ଧମାଲ ମଚାଇଲେ ବିହାରର ମହିଳା ପୋଲିସ, ଦେଖନ୍ତୁ ଭିଡିଓ

ବିହାର ପୋଲିସ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏବେ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ତାହାର କାରଣ ହେଉଛି ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିହାର ପୋଲିସ ସପନା ଚୌଧୁରୀଙ୍କ ଗୀତରେ ଡ୍ୟାନ୍ସ କରି ଧମାଲ ମଚାଉଛନ୍ତି। କୁହାଯାଉଛି ଯେ ଏହି ଭିଡିଓ ଭାଗଲପୁର ପୋଲିସ ଲାଇନର ଅଟେ। ଏଠାରେ ୪୪୪ ଜଣ ମହିଳା ପୋଲିସକର୍ମୀ ଟ୍ରେନିଂ ସରିବା ପରେ ସେଲିବ୍ରଟ କରୁଛନ୍ତି।

ରିପୋର୍ଟ ଅନୁଯାୟୀ ଟ୍ରେନିଂ ପୂରା କରିବା ପରେ ଏହି ମହିଳା ସିପାହୀ ମାନେ ପରେଡ୍‌ ସମାରୋହରେ ଶପଥ ଗ୍ରହଣ କଲେ ଏହା ପରେ ମହିଳା ପୋଲିସମାନେ କାଯ୍ୟର୍କ୍ରମସ୍ଥଳୀରେ ଲାଗିଥିବା ସାଉଣ୍ଡ ବକ୍ସରେ ସପନା ଚୌଧୂରୀଙ୍କ ଗୀତ ‘ତେରୀ ଆଂଖୋ କା କାଜଲ’ ଗୀତରେ ପୋଲିସ ପୋଷାକରେ କିଛି ମହିଳା ଡ୍ୟାନ୍ସ କରି ବୋବାଲ କଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହାସହ ପଢନ୍ତୁ : bigg boss ହାଉସରେ ଅଚାନକ ରୋମାନ୍ସ କଲେ ସିର୍ଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ? ଘର ଲୋକଙ୍କ ସମେତ ଦର୍ଶକ ବି…

କୁହାଯାଉଥିଲା ଯେ ଯେତେବେଳେ ଏହି ଗୀତରେ ମହିଳା ପୋଲିସ ଡ୍ୟାନ୍ସ କରୁଥିଲେ ତେବେ ଅଫିସରେ ବସିଥିବା ଏସଏସପିଙ୍କୁ ଏହି ଗୀତ ଶୁଭିଥିଲା। ଏହାପରେ ସେ ଆସି ଗୀତକୁ ବନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.