Below header

ଅନୁଗୋଳ: ଫି ଦେଉ ନଥିବାରୁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ବନ୍ଧକ ରଖିଥିଲା ଇନଷ୍ଟିଚ୍ୟୁଟ୍ , ପୋଲିସ କଲା ଉଦ୍ଧାର

ଅନୁଗୋଳ(କେନ୍ୟୁଜ୍):  କୋଚିଂ ସେଣ୍ଟରରେ ବନ୍ଧକ ଥିବା ୬୨ ଜଣ ପିଲା ଉଦ୍ଧାର । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ । ଫି ଦେଉ ନଥିବାରୁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ବନ୍ଧକ ରଖାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

talcher 2

ଏହି ଘଟଣା ପରେ ଆଇ ଲର୍ଣ୍ଣ ନାମକ ଟ୍ୟୁଟୋରିଆଲରେ ତାଳଚେର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ ଓ ପୋଲିସ ଚଢ଼ାଉ କରିଥିଲା । ଏତିକିବେଳେ ହଷ୍ଟେଲରେ ଥିବା ୪୫ ଜଣ ଛାତ୍ର ଓ ୧୭ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । କୋଭିଡ୍‌ ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଟ୍ୟୁଟୋରିଆଲ୍‌ ଉପରେ ଲକ୍ଷେ ଟଙ୍କା ଜରିମାନା କରିଛି ପ୍ରଶାସନ । ତେବେ ଏନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.