କରୋନା କାଳରେ ଏହି ସବୁ ଖାଦ୍ୟ ଆପଣଙ୍କ ଶରୀର ଓ ମନକୁ ରଖିବ ସୁସ୍ଥ, ନିଶ୍ଚୟ ଖାଆନ୍ତୁ

କରୋନା ମହାମାରୀ ସମୟରେ ସମସ୍ତେ ମାନସିକ ଅବସାଦର ଶିକାର ହେଉଛନ୍ତି । ଅର୍ଥକୁ ନେଇ କେଉଁଠି ସମସ୍ୟା ଦେଖାଯାଉଛି ତ ଅନ୍ୟ କେଉଁଠି ସ୍ୱାସ୍ଥ୍ୟକୁ ନେଇ । କିଛି ସ୍ଥାନରେ ରହିବା ଓ ଖାଇବାକୁ ନେଇ ମଧ୍ୟ ସମସ୍ୟା ଦେଖାଯାଏ । ଡର,ଭୟ, ଚିନ୍ତା କାରଣରୁ ମଧ୍ୟ ଅନେକ ରୋଗଗ୍ରସ୍ତ ହେଉଛନ୍ତିି । ତେବେ ଆଜି ଆମେ କହିବୁ ଏଥିରୁ ରକ୍ଷା ପାଇବାର ଉପାୟ । ଏମିତି କିଛି ଟିପ୍ସ ଯାହାକୁ ମାନିଲେ ଆପଣ ଖୁସିରେ ରହି ପାରିବେ ।ପ୍ରତିଦିନ ଆପଣ ଏମିତି କିଛି ଖାଆନ୍ତୁ ଯାହା ଆପଣଙ୍କ ମନକୁ ଶାନ୍ତ ରଖିବ ।

ଓଟ୍ସ :

ମନ ଅଶାନ୍ତ ଥିଲେ ଓଟ୍ସରେ କ୍ଷୀର, ମହୁ, କିସମିସ ମିଶାଇ ଖାଇବା ଦ୍ୱାରା ଆପଣଙ୍କ ମୁଡ ଫ୍ରେସ ରହିବା ସହିତ ମନ ମଧ୍ୟ ଶାନ୍ତ ରହିଥାଏ । ଏହା ଗ୍ଲାଇସୋମିକ ଇଣ୍ଡେକ୍‌ସକୁ କମ କରିଥାଏ । ଯାହାଦ୍ୱାରା ରକ୍ତ ପ୍ରବାହ ଠିକ ରୂପେ ହୋଇଥାଏ । ମିନେରାଲ ଗୁଣ ପାଇଁ ଏହା ଥାଇରଏଡ ଭଳି ସମସ୍ୟାକୁ ଦୂର କରିଥାଏ ।

ଅଣ୍ଡା ଓ ମାଛ:

ଅଣ୍ଡାରେ ଥିବା ଲିସୋଥିନ ମୁଡକୁ କଣ୍ଟ୍ରୋଲ କରିଥାଏ । ଏଥିରେ ଥିବା କୋଲିନ ପୋଷକତ୍ତତତ୍ତ୍ୱ ଶରୀରକୁ ଆରାମ ପ୍ରଦାନ କରେ । ମାଛରେ ଫ୍ୟାଟି ଏସିଡ ରହିଥାଏ । ଯାହା ମସ୍ତିଷ୍କରେ ସେରୋଟୋନିନର ମାତ୍ରାକୁ ବଢ଼ାଇଥାଏ ।

34
pc:Quora

କଫି:
ମୁଡ ଅଫ ଥିଲେ କଫି ପିଇଲେ ଏହା ମନକୁ ଶାନ୍ତ କରିଥାଏ । ମୁଣ୍ଡ ବିନ୍ଧା ମଧ୍ୟ କମ ହୋଇଥାଏ । କିନ୍ତୁ ଏହାର ଅଧିକ ସେବନ କରିବା ଉଚିତ ନୁହେଁ

ଅଖରୋଟ:

ଓମେଗା ୩ ଫ୍ୟାଟି ଏସିଡ ଏବଂ ମାଗ୍ନେସିୟମ ଅଖରୋଟରେ ଭରପୂର ରହିଥାଏ । ଯାହାକୁ ଖାଇବା ଦ୍ୱାରା ମନ ଶାନ୍ତ ରୁହେ ।

ଗ୍ରୀନ ଟି:

ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ଏମିନୋ ଏସିଡ ଶରୀରରେ ଉର୍ଜା ବଢ଼ାଇଥାଏ ।

ଡାର୍କ ଚକୋଲେଟ:

ମନ ଅଶାନ୍ତ ଥିଲେ ଡାର୍କ ଚକୋଲେଟ ଖାଆନ୍ତୁ । ଏହା ଆପଣଙ୍କ ମୁଡକୁ ଠିକ ରଖିବାରେ ସାହାଯ୍ୟ କରେ ।

କଦଳୀ:

ଶରୀର ପାଇଁ ଏହା ଯେତିକି ଲାଭଦାୟକ ହୋଇଥାଏ ଏହା ମନକୁ ଶାନ୍ତ କରିବାରେ ମଧ୍ୟ ସେତିକି ସହାୟକ ହୋଇଥାଏ । ଏହାକୁ ପ୍ରତିଦିନ ସକାଳେ ଖାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.