Below header

ଆଗାମୀ ୧୨ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ବାତ୍ୟା ‘ତାଉ-ତେ’

କେନ୍ୟୁଜ୍(ବ୍ୟୁରୋ):   ଆରବ ସାଗରରେ ତାକତ ଭରୁଛି ବାତ୍ୟା ତାଉ-ତେ । ସମୁଦ୍ର ଭିତରେ ବଳ ଗୋଟାଉଛି । ଅଧିକ ଘନୀଭୂତ ହେଉଛି । ଭୀଷଣକାୟ ହୋଇ ସ୍ଥଳପଥକୁ ମାଡ଼ି ଆସୁଛି ସାଇକ୍ଲୋନିକ୍‌ ଷ୍ଟର୍ମ । ଆଗାମୀ ୧୨ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ । ଏହାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁଜରାଟ ଉପକୂଳ ମୁହାଁ ହେବ ତାଉ-ତେ । ୧୮ ତାରିଖ ମଧ୍ୟାହ୍ନରୁ ସନ୍ଧ୍ୟା ଭିତରେ ଗୁଜରାଟ ଉପକୂଳର ପୋରବନ୍ଦର ଓ ନାଲିୟା ମଧ୍ୟରେ ସ୍ଥଳଭାଗ ଛୁଇଁବ ତାଉ-ତେ । ଅତି ତୀବ୍ର ସାମୁଦ୍ରିକ ଝ଼ଡ଼ ଲ୍ୟାଣ୍ଡଫଲ୍‌ ବେଳକୁ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ବେଗରେ ପବନ ବହିବ । ଏହା ବଢି ୧୭୫ କିଲୋମିଟର ଛୁଇଁପାରେ ।

ତାଉ-ତେର ନାମକରଣ କରିଛି ମିଆଁମାର । ଏହାର ଅର୍ଥ ହେଉଛି ଝିଟିପିଟି । ଏହା ଚଳିତବର୍ଷର ପ୍ରଥମ ବାତ୍ୟା । ଗୁଜରାଟ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ସୌରାଷ୍ଟ୍ର ଓ କଚ୍ଚ ଅଞ୍ଚଳରେ ବେଶୀ ବର୍ଷା ସମ୍ଭାବନା ରହିଛି । ଏହାସହ ମହାରାଷ୍ଟ୍ର, ଗୋଆ, କେରଳ ଓ କର୍ଣ୍ଣାଟକରେ ବି ପଡ଼ିବ ତାଉ-ତେର ପ୍ରଭାବ । କେରଳରେ ବର୍ଷା ପବନ ଜାରି ରହିଛି । ବାତ୍ୟା ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ତୟାର ରହିଛି ଏନଡିଆରଏଫ୍‌ । ୨୪ଟି ଟିମ୍‌ ବିଭିନ୍ନ ରାଜ୍ୟରେ ମୁତୟନ ଅଛନ୍ତି । ସଜାଗ ଅଛନ୍ତି ୨୯ଟି ଟିମ୍‌ ।

ରିଲିଫ ସହାୟତା ପାଇଁ ଓଡ଼ିଶାରୁ ଏନଡିଆରଏଫର ୫ଟିମ୍‌ ଟିମ୍‌ ଯାଇଛି ଗୁଜରାଟ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସହାୟତା ସାମଗ୍ରୀ ଧପି ଭୁବନେଶ୍ୱର ବିମାନବନ୍ଦରରୁ ଟିମ୍‌ ଯାଇଛି ।
ତାଉ-ତେ ପ୍ରଭାବରେ ସମୁଦ୍ର ଅଶାନ୍ତ । ବଡ଼ ବଡ଼ ଜୁଆର ଉଠୁଛି । କେରଳ ଓ ଗୋଆରେ କୂଳ ଲଂଘିଲାଣି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । କୂଳ ଲଂଘିଲାଣି ଅଶାନ୍ତ ସମୁଦ୍ର । କରୋନା କାଳରେ ବାତ୍ୟା ମୁକାବିଲା ଏବେ ବଡ଼ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.