Below header

ମୟୁରଭଞ୍ଜ: ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଟ୍ରାକ୍ଟର, ଚାପି ହୋଇ ଦୁଇ ମୃତ

ରାଇରଙ୍ଗପୁର(କେନ୍ୟୁଜ୍): ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଟ୍ରାକ୍ଟର। ଟ୍ରାକ୍ଟରରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଚାଳକ ଓ ହେଲ୍ପର ର ମୃତ ଘଟିଛି। ଏପରି ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା – ଝରାଡିହି ମୁଖ୍ୟ ରାସ୍ତାର ଇନ୍ଦଖୋଳି ନିକଟରେ  । ଖବର ପାଇ ଘଟଣାସ୍ଥଳକୁ ତିରିଂ ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଚାପି ହୋଇଥିବା ମୃତ୍ୟଦେହକୁ ଉଦ୍ଧାର କରିଥିଲା ।

mayurbhanj1

ତେବେ ମୃତ୍ୟୁ ବରଣ କରିଥିବା ଯୁବକ ଦ୍ବୟ ବହଳଦା ଥାନା କୁମ୍ଭୀରଦା ଗ୍ରାମ ଡଜର ସାହିର ଚାଳକ କଙ୍ଗେ ନାଏକ ଓ ହେଲ୍ପର ସଲମନ ନାଏକ ବୋଲି ଜଣାପଡିଛି। ଟ୍ରାକ୍ଟରଟି ବାଉଁଶ ବୋଝେଇ କରି କାଙ୍କି ଗ୍ରାମକୁ ଯାଉଥିବା ବେଳେ ଇନ୍ଦଖୋଳି ନିକଟରେ ଓଲଟି ପଡିଥିଲା । ତିରିଂ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.