ବିବାହକୁ ନେଇ ସ୍ୱାମୀଙ୍କୁ କିଛି ଏମିତି କହିଲେ ରାକ୍ଷୀ ସାୱନ୍ତ, ଜାଣନ୍ତୁ

ବଲିଉଡ଼ର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଏବେ କିଛିଦିନ ପୂର୍ବରୁ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥରର ଚର୍ଚ୍ଚା ରହିଛି ତାଙ୍କ ବିବାହକୁ ନେଇ । ଯେବେଠୁ ରାକ୍ଷୀଙ୍କ ବିବାହ ହୋଇଛି ସେବେଠୁ ସେ ମିଡିଆର ଫୋକସ୍‌ରେ ଅଛନ୍ତି । ସ୍ୱାମୀ ରିତେଶଙ୍କୁ ନେଇ ସେ ଏମିତି କିଛି କୁହନ୍ତି ଯାହାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟନ୍ତି ।

ରାକ୍ଷୀଙ୍କ କହିବା ଅନୁଯାୟୀ ସେ ଜବରଦସ୍ତୀ ଭାବେ ରିତେଶଙ୍କୁ ବିବାହ କରିଥିଲେ । ରିତେଶ ପୂର୍ବରୁ ବିବାହ କରି ସାରିଥିଲେ ।ଏହାସହ ତାଙ୍କର ନିଜର ପିଲା ମଧ୍ୟ ଅଛନ୍ତି । ଏହାକୁ ନେଇ ରାକ୍ଷୀ ନିଜ ଲାଟେଷ୍ଟ ସାକ୍ଷାତକାରରେ କହିଛନ୍ତି ଯେ , ସେ ନିଜ ଜୀବନର ସମସ୍ତ ନିଷ୍ପତ୍ତି ନିଜେ ନେଇଛନ୍ତି । ଯଦି କୌଣସି କାରଣରୁ ତାଙ୍କ ବିବାହ ସଫଳ ନ ହୁଏ ତେବେ ସେ ଆଉ ବିବାହ କରିବେ ନାହିଁ ।

58
pc: Times of india

ଏସବୁ ପରେ ମଧ୍ୟ ରାକ୍ଷୀ ରିତେଶଙ୍କୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ରିତେଶ ତାଙ୍କ ପାଇଁ ଓ ତାଙ୍କ ମାଆଙ୍କ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାସହ ସେ ତାଙ୍କୁ ଏକ ଫ୍ଲାଟ ଗିଫ୍ଟ କରିବେ ବୋଲି ମଧ୍ୟ କହିଛନ୍ତି ।

ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ରିତେଶ ୨ ବର୍ଷ ପାଖାପାଖି ହେବ ତାଙ୍କ ସହ ଦେଖା କରିନାହାନ୍ତି । ଏହାକୁ ସେ ବିଗବସ୍‌ରେ ଥିବା ସମୟରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.