Below header

ମୟୁରଭଞ୍ଜ: ସ୍କୁଟିକୁ ଧକ୍କାଦେଲା କାର, ଜଣେ ଗୁରୁତର ଦୁଇ ଆହତ

କରଞ୍ଜିଆ(କେନ୍ୟୁଜ୍): ସ୍କୁଟିକୁ ଧକ୍କାଦେଲା କାର, ଜଣେ ଗୁରୁତର ଦୁଇ ଆହତ ।ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଠାକୁରମୁଣ୍ଡା ରାସ୍ତାର  କରଡ଼ିଆ ନିକଟରେ । ଆଜି ସଟଡାଉନ ସତ୍ତ୍ବେ ଏକ କାରରେ ଠାକୁରମୁଣ୍ଡା ଅଞ୍ଚଳରୁ ଜନୈକ ବ୍ୟକ୍ତି ଦ୍ରୁତଗତିରେ ଆସି ଏକ ସ୍କୁଟିକୁ ଧକ୍କାଦେଇ ସ୍କୁଟି ଉପରେ ଚଢ଼ିଯିବା ଫଳରେ ସ୍କୁଟିଟି ଚାରିଫାଳ ହୋଇଯାଇଛି ।

karanjia acci

ଦୁର୍ଘଟଣାରେ ସ୍କୁଟି ଚାଳକ ମମତା ଲୋହାର ଗୁରୁତର ଆହତ ହଇ କରଞ୍ଜିଆ ଉପଖଣ୍ଡରେ ଚିକିତ୍ସଲୟରେ ଚିକିତ୍ସା ପାଇଁ ଭର୍ତ୍ତି ହଇଛନ୍ତି । ତେବେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଥୁବା ଡ୍ରାଇଭରକୁ ସ୍ଥାନୀୟ ଲୋକେ ନିସ୍ତୁକ ପିଟିବା ଫଳରେ ସେ ମଧ୍ୟ ଆହତ ହଇଥିବା ଦେଖିବାକୁ ମିଳିଛି । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣା  ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.