Below header

ଦାଦନ ଶ୍ରମିକ ଚାଲାଣକୁ ରୋକିବାକୁ ଆକ୍ସନ ମୁଡ୍‌ରେ ପୋଲିସ, ମାନବ ଚାଲାଣ ବିରୋଧରେ ପୋଲିସର ସ୍ୱତନ୍ତ୍ର ଅଭିଯାନ

ଦାନା ପାଇଁ ଦାଦନ ସାଜୁଛି ଶ୍ରମିକ। ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ବାହାର ରାଜ୍ୟକୁ ପେଟ ପାଟଣା ପାଇଁ ଚାଲାଣ ହେଉଛନ୍ତି। ଦାଦନ ସର୍ଦ୍ଦାର ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ସେପଟେ ଏହାକୁ ରୋକିବାକୁ ପ୍ରୟାସ ଚଳାଇଛି ପୋଲିସ। ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଓଡିଶା ପୋଲିସ ଚଢାଉ କରି ୪୧ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି।

ଦାଦନ ଚାଲାଣ ରୋକିବାକୁ ନାନା ସଚେତନତା। ତଥାପି ବହୁ ସମୟରେ ଦଲାଲଙ୍କ ନିର୍ଯାତନାର ଖବର ଛାତିକୁ ଥରାଇ ଦିଏ। ଦୁଇବର୍ଷ ତଳେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା। ପାଇଲଟ ପ୍ରୋଜେକ୍ଟ ଭାବେ ବଲାଙ୍ଗିରର ୨୦ଟି ପଞ୍ଚାୟତ ଓ ନୂଆପଡ଼ାର ୧୦ଟି ପଞ୍ଚାୟତକୁ ଏଥିରେ ସାମିଲ କରାଯାଇଥିଲା। ୩୦ଟି ପଞ୍ଚାୟତ ପାଇଁ ଖର୍ଚ୍ଚ ଧାର୍ଯ୍ୟ ହୋଇଛି ୧୩୪ କୋଟି ଟଙ୍କା। ତେବେ ବି ଦାଦନ ଚାଲାଣ ଉପରେ ରୋକ ଲାଗିପାରିନି। ଆଜି ବି ବାହାର ରାଜ୍ୟକୁ ଚାଲିଛି ବେଆଇନ ମାନବ ଚାଲାଣ।

ଦାଦନ ଶ୍ରମିକ ଚାଲାଣକୁ ରୋକିବାକୁ ଆକ୍ସନ ମୁଡ୍‌ରେ ପୋଲିସ । ମାନବ ଚାଲାଣ ବିରୋଧରେ ପୋଲିସର ସ୍ୱତନ୍ତ୍ର ଅଭିଯାନ। ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ପୋଲିସ ଚଢାଉ କରି ୪୧ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି। ଦାଦନ ଶ୍ରମିକଙ୍କୁ ସଚେତନ କରି କର୍ମ ନିଯୁକ୍ତି ଯୋଗାଇବା ପାଇଁ ଚାଲିଛି ପ୍ରୟାସ। ଦଲାଲଙ୍କ ହାବୁଡ଼ରୁ ବର୍ତ୍ତି ରହିବା ପାଇଁ କରାଯାଉଛି ସଚେତନତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.