Below header

ପୋଲିସ ପାଇଁ ମୁଣ୍ଡବିନ୍ଧା ପାଲଟିଛି ମୃତ୍ୟୁର ଖେଳ ମୋମୋ

ଭୁବନେଶ୍ବର(କେନ୍ୟୁଜ୍) : ମୃତ୍ୟୁର ଅନଲାଇନ୍ ଖେଳକୁ ନେଇ ଚିନ୍ତାରେ ପୋଲିସ । ପ୍ରଥମେ ବ୍ଲ୍ୟୁ-ହେ୍ଵଲ୍ ଆଉ ଏବେ ମୋମୋ ଗେମ୍ । ଏହି ଖେଳ ଠାରୁ ଦୁରେଇ ରହିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍କୁଲାର୍ ବି ଜାରି ହୋଇଛି । ଆଉ ଏବେ ଯୁବପିଢ଼ୀଙ୍କୁ ସଚେତନ କରିବା ଆରମ୍ଭ କରିଛି ପୋଲିସ । ଆଜି ଗଞ୍ଜାମ ପୋଲିସ ପକ୍ଷରୁ ସଚେତନତା କାଯ୍ୟର୍କ୍ରମ ହୋଇଥିବା ବେଳେ ଏହାକୁ ନେଇ କମିଶନରେଟ ପୋଲିସ ଆରମ୍ଭ କରୁଛି ‘‘Know your Police Scheme’  ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ମୃତ୍ୟୁ ପରେ, ‘ମୋମୋ’ ଗେମକୁ ରୋକିବା ପାଇଁ ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ

କେମିତି ଅଟକିବ ଡେଥ୍ ଗେମ୍ ମୋମୋ ? ଏହାକୁ ନେଇ ପୋଲିସର ବଢୁଛି ଚିନ୍ତା । କେବଳ ସଚେତନତାକୁ ଏକମାତ୍ର ବାଟ ବାଛିଛି ପୋଲିସ । ମୃତ୍ୟୁର ଖେଳ ‘ମୋମୋ’ କୁ ନେଇ ଗଞ୍ଜାମ ପୋଲିସ ଆରମ୍ଭ କରିଛି ସଚେତନତା କାଯ୍ୟର୍କ୍ରମ । ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କୁ ନେଇ ଆଲୋଚନା କରିଛି ପୋଲିସ । ମୋମୋ ଗେମ୍ ଠାରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ଦେଇଛି ପରାମର୍ଶ । ଏ ସଂପର୍କରେ ଟ୍ଵିଟ୍ କରି ଜଣାଇଛନ୍ତି ଗଞ୍ଜାମ ଏସପି । ଅନ୍ୟପଟେ ପୋଲିସର ଏଭଳି ସଚେତନତା କାଯ୍ୟର୍କ୍ରମକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

ଆହୁରି ପଢ଼ନ୍ତୁ: ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ

ସେପଟେ କମିଶନରେଟ୍ ପୋଲିସ ମଧ୍ୟ ଆରମ୍ଭ କରିବ ସଚେତନତା କାର୍ୟ୍ୟକ୍ରମ । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ । ଯାହାର ନାଁ ଦିଆଯାଇଛି ‘ନୋ, ୟୋର ପୋଲିସ୍ ସ୍କିମ୍’ । ପ୍ରଥମ ପଯ୍ୟର୍ାୟରେ ଦୁଇଟି ସ୍କୁଲର ପିଲାଙ୍କୁ ଥାନାରେ ସଚେତନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।

ଗତକିଛି ଦିନ ତଳେ ଭୁବନେଶ୍ୱରର ଜଣେ ଛାତ୍ର ଚେନ୍ନାଇରେ ଆତ୍ମହତ୍ୟା କରିଥିଲେ । ମୋମୋ ଗେମ୍ ଖେଳି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହେବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । କିଛି ଦିନ ତଳେ ଏହାକୁ ନେଇ ସର୍କୁଲାର ଜାରି କରିଥିଲା କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.