ବୁଧବାର ପର୍ଯ୍ଯନ୍ତ ଜାରି ରହିବ ଓକିଲ ଆନ୍ଦୋଳନ

କଟକ(କେନ୍ଯୁଜ୍) :ଆସନ୍ତା ବୁଧବାର ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ ଆନ୍ଦୋଳନ । କଟକ ନୂଆବଜାରରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଗତ ୨୯ ତାରିଖରୁ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବୁଧବାର ସାଧାରଣ ପରିଷଦ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ । ଆଇନଜୀବୀ ଦେବୀପ୍ରସାଦଙ୍କୁ ମାଡ଼  ଘଟଣାରେ ଜଣେ ହାବିଲଦାର ଓ ଦୁଇ ଜଣ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ସଂପୃକ୍ତ ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରିଛି ଆସୋସିଏସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.