Below header

ପୋଲିସର ମାସ୍କ ଚେକିଂ, ଅମାନିଆଙ୍କ ଉପରେ ପଡିଲା ୫୦୦ ଫାଇନ୍

କେନ୍ଯୁଜ୍: ମାସ୍କ ନ ପିନ୍ଧିଲେ ଘରୁ ବାହାରିବା ମନା। ସାରା ରାଜ୍ଯରେ କଡାକଡି ଭାବେ ଏହି ନିୟମ ପାଳନ କରିବା ପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଏସବୁ ପରେ ମଧ୍ଯ ଲୋକମାନେ ଏବେ ବି ସଚେତନ ହେଉନାହାନ୍ତି। କୁଚିଣ୍ଡା ପୋଲିସ ସହରର ବସଷ୍ଟାଣ୍ଡରେ ଯେଉଁ ଲୋକମାନେ ନିୟମ ନମାନି ମାସ୍କ ପିନ୍ଧି ନଥିଲେ ସେମାନଙ୍କ ଠାରୁ ପୋଲିସ କର୍ମଚାରୀ ୫୦୦ଟଙ୍କା ଫାଇନ ଆଦାୟ କରିଥିଲେ। ରିପୋର୍ଟ ଅନୁଯାୟୀ ପୋଲିସ ଲୋକଙ୍କୁ ସଚେତନ କରିବା ପରେ ମଧ୍ଯ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.