Below header

ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବୋଲେରୋ ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଅଘଟଣ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଜିଲ୍ଲାର ମହୁଲିପାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଦୁଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨ ସାଇକେଲ ଆରୋହୀଙ୍କର ମୃତ୍ଯୁ ହୋଇଯାଇଥିଲା।

ଉଭୟ ମୃତକ ଫେରିବାଲା ହୋଇଥିବା ବେଳେ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ । ଅନ୍ଯପଟେ ଦୁର୍ଘଟଣା ଘଟାଇବା ପରେ ଉକ୍ତ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.