Below header

ସାଇକେଲରେ ମୃତଦେହ ବୁହା ହେବା ଘଟଣାକୁ ନେଇ ତେଜିଲା ରାଜନୀତି

ବୌଦ୍ଧ : ସାଇକେଲରେ ମୃତଦେହ ବୁହା ହେବା ଘଟଣାକୁ ନେଇ ତେଜିଲା ରାଜନୀତି। ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛି ବିଜେପି । କଡ଼ା ସମାଲୋଚନା କରିଛି। ଦଳ ଅଭିଯୋଗ କରିଛି, ରାଜ୍ୟରେ ବାରମ୍ବାର ଘଟୁଛି ଏଭଳି ଘଟଣା। ଓଡ଼ିଶା ପାଇଁ ଏହା ଏକ ଲଜ୍ଜାଜନକ ଘଟଣା। ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟବାସୀଙ୍କ ପାଖକୁ ଯିବ ବୋଲି ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି। ସେପଟେ ଅଭିଯୋଗର ଜବାବ ରଖିଛି ବିଜେଡି। ସାଢ଼େ ୪ ବର୍ଷ ଭିତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କଣ ଉପଲବ୍ଧି ରହିଛି ବିଜେପି ଉତ୍ତର ରଖୁ ବୋଲି ବିଜେଡି କହିଛି। ଗତକାଲି ବୌଦ୍ଧ କୃଷ୍ଣପାଲି ଗାଁରେ ସାମାଜିକ ବାସନ୍ଦ ହୋଇଥିବା ଜଣେ ମହିଳାଙ୍କ ମୃତଦେହକୁ ସାଇକେଲରେ ଶ୍ମଶାନକୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.