Below header

ବରମୁଡା ଟ୍ରାଏଙ୍ଗଲ : ଶହେ ବର୍ଷର ରହସ୍ଯ ଉନ୍ମୋଚିତ

କାହିଁକି ଆଣ୍ଟଲାଟିକ୍ ମହାସାଗରର ବରମୁଡା ଟ୍ରାଏଙ୍ଗଲରେ ହଜି ଯାଏ ବିମାନ ଓ ଜାହାଜ ? ହଠାତ୍ କୁଆଡ଼େ ଗାଏବ ହୋଇଯାଏ। ବର୍ଷ ବର୍ଷ ପରେ ବି ପତ୍ତା ମିଳେ ନାହିଁ। ଶହେ ବର୍ଷର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। ବୈଜ୍ଞାନିକଙ୍କ ମତରେ, ୧୦୦ ଫୁଟର ଭୟଙ୍କର ଝଡ଼ ଘାତକ ସାଜିଛି। ଜୁଆର ଭଳି ମାଡ଼ି ଆସୁଥିବା ଝଡ଼ ବିମାନ ଓ ଜାହାଜକୁ ସମୁଦ୍ର ଭିତରେ ଲୀନ କରି ଦେଇଛି। ୫ ହଜାର କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଛି ବରମୁଡା ଟ୍ରାଏଙ୍ଗଲ୍। ଆମେରିକାର ଫ୍ଲୋରିଡା, ପୁଏର୍ଟୋ ରିକୋ ଓ ବରମୁଡ଼ା ପର୍ୟ୍ୟନ୍ତ ଏହା ଲମ୍ବିଛି । ବାରମ୍ବାର ବିମାନ ଓ ଜାହାଜ ନିଖୋଜ ହେବା ପରେ ଏହାକୁ କୁହାଯାଉଛି ଡେଭିଲ୍ ଟ୍ରାଏଙ୍ଗାଲ୍।

ରିପୋର୍ଟ ଅନୁସାରେ, ଗତ ଶହେ ବର୍ଷ ଭିତରେ ବରମୁଡ଼ା ଟ୍ରାଏଙ୍ଗଲର ନିଖୋଜ ହୋଇଯାଇଛି ପାଖାପାଖି ୭୫ଟି ବିମାନ ଓ ଶହେରୁ ଅଧିକ ଜାହାଜ। ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଶହେ ବର୍ଷ ହେଲାଣି ଏଭଳି ରହସ୍ୟ ଲାଗି ରହିଥିଲା। ନାନା ଗବେଷଣା ଚଳାଇଥିଲେ ବୈଜ୍ଞାନିକ। ଏବେ ସାଟେଲାଇଟ୍ ଚିତ୍ରରୁ ଜଣା ପଡ଼ିଛି, ଶହେ ଫୁଟର ଭୟଙ୍କର ଝଡ଼ ବିମାନ ଓ ଜାହାଜ ନିଖୋଜର କାରଣ। ମାତ୍ର କେଇଁ ମିନିଟ ପାଇଁ ଆସୁଥିବା ଝଡ଼ ଅନେକ ଧନ ଜୀବନ ନେଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.