Below header

ଏହି କାମ କରିବା ପୂର୍ବରୁ ଧୁଅନ୍ତୁ ପାଦ, ହେବ ଧନପ୍ରାପ୍ତି

ସୁଖ ଏବଂ ସମୃଦ୍ଧିର ଜୀବନ ଜାପନ କରିବା ପାଇଁ ଧନ ଅତି ଆବଶ୍ୟକ। ଏମିତିରେ ସମସ୍ତଙ୍କ ମନରେ ଧନୀ ହେବା ବା ଧନ ଲାଭ କରିବାର ଆଶା ରହିଥାଏ। ଏଥିପାଇଁ ସାଧାରଣ ବ୍ୟକ୍ତି ଅନେକ ପ୍ରକାର ପୂଜା ଅର୍ଚ୍ଚନା କରିବା ସହ ଆପଣାଇଥାନ୍ତି ଅନେକ ଉପାୟ। ଆପଣ ଜାଣିଛନ୍ତି କି, ଦୈନନ୍ଦିନ ଜୀବନରେ କିଛି ସାଧାରଣ ପରିବର୍ତ୍ତନ ଦ୍ବାରା ଜୀବନରେ ଧନର ପରିମାଣ ବଢ଼ିଥାଏ। ଆସନ୍ତୁ ଜାଣିବା କଣ ରହିଛି ଏହି ଉପାୟ।

ଭୋଜନ କରିବା ପୂର୍ବରୁ ହାତ ଏବଂ ଗୋଡ଼ ଧୋଇବା ନିହାତି ଆବଶ୍ୟକ। ବୈଜ୍ଞାନିକଙ୍କ ଅନୁଯାୟୀ ପାଦ ତଳ ସଫା ଥିବା ବ୍ୟକ୍ତିଙ୍କର ପାଚନକ୍ରିୟା ସକ୍ରିୟ ହୋଇଥାଏ।

ହାତଗୋଡ଼ ଧୋଇବା ସମୟରେ କେବେ ମଧ୍ୟ ଏହାକୁ ରଗଡ଼ି ଧୁଅନ୍ତୁ ନାହିଁ। ଏହା ଦ୍ବାରା ଧନ ହାନି ହେବାର ଦେଖାଯାଇଥାଏ।

ବାହାରୁ ଆସିବା ପରେ ନିଶ୍ଚିତ ଭାବେ ହାତ ଗୋଡ଼ ଧୁଅନ୍ତୁ। ଏହା ଦ୍ବାରା ବାହାରୁ ଆସିଥିବା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିନଥାଏ।

ଏକାଗ୍ରତା ବଢ଼ାଇବା ସହ ଜୀବନରେ ସୁଖ ଶାନ୍ତି ପାଇଁ ପୂଜା ବା ମନ୍ଦିର ଯାଉଥିବା ସମୟରେ ନିଜ ପାଦ ଅବଶ୍ୟ ଧୁଅନ୍ତୁ।

ଭଲ ଏବଂ ଗଭୀର ନିଦ୍ରା ପାଇଁ ଶୋଇବା ପୂର୍ବରୁ ପାଦ ଧୁଅନ୍ତୁ। ଏହା ଦ୍ବାରା ଶରୀରରେ ନକାରତ୍ମକ ଉର୍ଜାର ପ୍ରଭାବ କମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.