ସୁନ୍ଦର ଦେଖାଯିବା ପାଇଁ ମହିଳା ପିଉଛନ୍ତି ଦୈନିକ କୁକୁର ମୂତ୍ର

ୱାଶିଂଟନ୍ : ମହିଳା ସୁନ୍ଦର ଦେଖାଯିବା ପାଇଁ ସାତ ସମୁଦ୍ର ପାର ମଧ୍ୟ ଯିବାକୁ ପଛାନ୍ତି ନାହିଁ। ଏଥିପାଇଁ ବଜାରରେ ଆପଣ ଦେଖିଥିବେ ମହିଳାଙ୍କ ପାଇଁ ଅନେକ ପ୍ରକାରର ବିଉଟି କ୍ରିମ୍ ଏବଂ ପ୍ରଡ଼ୋକ୍ଟ ଆଦି ବିକ୍ରି ହେଉଛି। କିନ୍ତୁ ଆପଣ କେବେ ଶୁଣିଛନ୍ତି ସୁନ୍ଦର ଏବଂ ଚମକଦାର ତ୍ବଚା ପାଇଁ କୌଣସି ମହିଳା କୁକୁର ମୁତ୍ର ପିଇବା। ଏପରି ଏକ ଘଟଣା ନିକଟରେ ଆମେରିକାରେ ଦେଖିବାକୁ ମିଳିଛି। ଏଠାରେ ଲିନ୍ ନାମକ ଜଣେ ମହିଳା ବହୁ ସମୟ ହେଲା ସୁନ୍ଦର ଦେଖାଯିବା ପାଇଁ ନିଜ ପୋଷା କୁକୁରର ମୂତ୍ର ପିଉଛନ୍ତି। ଆଜ୍ଞା ହଁ , ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିଥିଲେ ମଧ୍ୟ ସତ। ତାଙ୍କର ଫଟୋ ଏବଂ ଭିଡ଼ିଓ କିଛି ଦିନ ହେବା ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ମଧ୍ୟ ଭାଇରାଲ ହେଉଛି।

ଖବର ଅନୁଯାୟୀ, ଆମେରିକାରେ ରହୁଥିବା ଲିନ୍ ନାମକ ଜଣେ ମହଳାଙ୍କୁ ଅନେକ ଲୋକ ତାଙ୍କ ଗ୍ଲୋଇଂ ସ୍କିନର ରାଜ ପଚାରିଥିଲେ। ଯାହା ପରେ ସେ ଏହାର ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ। ସେ କହିଥିଲେ ତାଙ୍କ ସୁନ୍ଦରତାର ରାଜ ହେଉଛି ତାଙ୍କ ପୋଷା କୁକୁର। ସେ ଦୈନିକ ପାର୍କକୁ ତାଙ୍କ କୁକୁରକୁ ବୁଲାଇ ନେବା ସମୟରେ ତା’ର ମୂତ୍ରକୁ ଏକ ଯାଗାରେ ସଞ୍ଚିତ କରି ରଖି ପରେ ତାକୁ ପିଇଥାନ୍ତି। ଏଥିଦ୍ବାରା ତାଙ୍କ ମୁହଁରେ ବ୍ରଣ ଏବଂ କୌଣସି ଦାଗ ହୋଇନଥାଏ। ତାଙ୍କ କହିବା ଅନୁଯାୟୀ , କୁକୁରର ମୂତ୍ରରେ ୧୦ଗ୍ରାମ କ୍ୟାଲସିୟମ, ଭିଟାମିନ-ଏ ଏବଂ ଇ ରହିଥାଏ ଯାହା କ୍ୟାନ୍ସର ପାଇଁ ଉପଯୋଗୀ ହେବା ସହ ତ୍ବଚାକୁ ଦାଗହୀନ କରିଥାଏ। ସାଧାରଣତଃ କିନ୍ତୁ ଏହି କଥା ଶୁଣିବା ମାତ୍ରେ ସମସ୍ତଙ୍କ ନାକ ଟେକି ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.