Below header

ଦୁଃଖରେ ଦିନ କାଟୁଛନ୍ତି ବିଧମା ମା’ ସହିତ ସ୍ୱାମୀ ପରିତ୍ୟକ୍ତ ୩ ଝିଅ, ସରକାରୀ ସହାୟତା ଅପେକ୍ଷାରେ

ଚାନ୍ଦବାଲି(କେନ୍ୟୁଜ୍):  ସମସ୍ତଙ୍କ ମୁଣ୍ଡ ଉପରେ ରହିବ ପକ୍କା ଛାତ । କେହି ରହିବେନି କଚ୍ଚା ଓ ଭଙ୍ଗା ମାଚି ଘରେ । ଏ ହେଉଛି ସରକାରଙ୍କ କଥା । ହେଲେ ଏହି ପକ୍କା ଘର ପ୍ରଦାନରେ ବ୍ଲକ ପ୍ରଶାସନର ଅଣଦେଖା ନେଇ ଅଭିଯୋଗ କରିଛନ୍ତି ଜଣେ ଅସହାୟ ବିଧବା ମହିଳା । ନିଜେ ତ ସରକାରୀ ସାହାର୍ଯ୍ୟ ପାଉନାହାଁନ୍ତି ଛାଡ ହେଲେ ସାଙ୍ଗରେ ରହୁଥିବା ୩ଜଣ ସ୍ୱାମୀ ପରିତ୍ୟକ୍ତା ଝିଅଙ୍କୁ ବି ମିଳୁନି କିଛି ସରକାରୀ ସାହାର୍ଯ୍ୟ ।

ଏମାନଙ୍କ ଘର କହିଲେ ଜରିପାଲ ଘୋଡାଯାଇଥିବା ଏ ଭଙ୍ଗା ଦରଦରା ଝୁମ୍ପୁଡି । ଯାହାର କାନ୍ଥ ସବୁ ଭାଙ୍ଗି ଗଳିପଡିଥିବା ବେଳେ, ଘରର ଭିତରକୁ ପଶିଲେ ସକାଳେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାଉଛି । ଏମିତି ଭଙ୍ଗା ଦଦରା ଘରେ ନିଜର ୩ ସ୍ୱାମୀ ପରିତ୍ୟକ୍ତା ଝିଅଙ୍କୁ ଧରି ରହୁଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଂଚାୟତ ନାନ୍ଦପୁର ଗାଁର ଅସହାୟ ଗରିବ ବିଧବା ମହିଳା ଝାମ୍ପୁରୀ ସାମଲଙ୍କ କଥା ।

ବିଦପପୂର୍ଣ୍ଣ ଅବସ୍ଥାରେ ଅତି ଦହନୀୟ ଅବସ୍ଥାରେ ୪ପ୍ରାଣୀ ଏହି ଭଙ୍ଗା ଘରେ ବସବାସ କରୁଥିବା ବେଳେ ସରକାର କି ପ୍ରଶାସନର ନଜର ପଡୁନାହିଁ ଏହି ପରିବାର ଉପରେ । ବାରମ୍ବାର ସ୍ଥାନୀୟ ପଂଚାୟତର ରାଜନେତା , ସରପଂଚ ଏମିତିକି ବ୍ଲକ ପ୍ରଶାସନ ପାଖରେ ପକ୍କା ଘର ପାଇଁ ଗୁହାରୀ କରିଥିଲେ ବି ପକ୍କା ଘର ମିଳୁନାହିଁ ଅଭିଯୋଗ କରିଛନ୍ତି ଝାମ୍ପୁରୀ ସାମଲ । ଏହି ପଂଚାୟତରେ ଥିଲା ବାଲା ପକ୍କା ଘର ପାଇଛନ୍ତି ହେଲେ ମୋ ଭଳି ଗରିବ ପରିବାର ପକ୍କା ଘର ପାଇବାରୁ ବଂଚିତ ହେଉଛନ୍ତି । ତେବେ ପକ୍କା ଘର ଯୋଜନା କଣ ସର କେବଳ ବଡ ଲୋକଙ୍କ ପାଇଁ କରିଛନ୍ତି ବୋଲି ଦୁଃଖର ସହ କୁହନ୍ତି ଏହି ଅସହାୟ ମହିଳା ।

କେବଳ ଝାମ୍ପୁରୀ ସାମଲଙ୍କୁ ଅଣଦେଖା କରିନି ପ୍ରଶାସନ । ବିଧବା ମାଆ ସହିତ ରହୁଥୁବା ୩ସ୍ୱାମୀ ପରିତ୍ୟକ୍ତା ଝିଅଙ୍କୁ ମଧ୍ୟ କୈାଣସି ସରକାରୀ ଯୋଜନା ମିଳିନାହିଁ। ୨ବର୍ଷ ତଳେ ଝାମ୍ପୁରୀଙ୍କ ସ୍ୱାମୀ ରୋଗାଗ୍ରସ୍ତ ଅବସ୍ଥାରେ ଆଖି ବୁଜିଥିଲେ । ପାଖରେ ଟଙ୍କା ନଥିବାରୁ ସେ ଚିକିତ୍ସିତ ହୋଇନପାରି ମୃତ୍ୟୁ ମୁଖରେ ପଡିଥିଲେ । ତେଣୁ ଅସହାୟ ପରିବାରରେ କେହି ରୋଜଗାରକ୍ଷମ ବ୍ୟକ୍ତି ନଥିବାରୁ ବାର ଦୁଆର ବୁଲି ବୁଲି ମାଗି ଯାହା ଆଣନ୍ତି ସେଥିରେ ୪ପ୍ରାଣୀ ଓଳିଏ ଖାଇ ଓଳିଏ ଓପାସ ରୁହନ୍ତି ।ତେବେ ଏଭଳି ଅସହାୟ ଗରିବ ପରିବାର ପ୍ରତି ପ୍ରଶାସନର ଅଣଦେଖାକୁ ଗାଁ ଲୋକେ ନାପସନ୍ଦ କରିଛନ୍ତି । ତେବେ ତୁରନ୍ତ ଏ ପରିବାରକୁ ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ବାବଦରେ ଚାନ୍ଦବାଲି ବିଡିଓ କହିଛନ୍ତି ଏବେ ଆଉ ପକ୍କା ଘର ଲିଷ୍ଟରେ ନାଁ ଯୋଡି ହେବନାହିଁ ହେଲେ ତାଙ୍କର ୩ ସ୍ୱାମୀ ପରିତ୍ୟକ୍ତା ଝିଅ ଯାହା ସରକାରୀ ସୁବିଧା ପାଇ ପାରିବେ ତାହା ଯୋଗାଇ ଦିଆଯିବ।ଲି

ସରକାରଙ୍କ ମାଳ ମାଳ ଯୋଜନା ସତ୍ୱେ ଅଭାବୀ ସାଙ୍ଗକୁ ଅସହାୟ ହୋଇପଡିଥିବା ଏହି ପରିବାରକୁ କୌଣସି ଯୋଜନା ଛୁଇଁ ନପାରିବା ବିଡମ୍ବନାର ବିଷୟ। ତେବେ ଏମାନଙ୍କୁ ସରକାରୀ ସାହାଯ୍ଯ ଏକାନ୍ତ ଆବଶ୍ଯକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.