Below header

ଅଟୋ- ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ୪ ମୃତ, ୪ଗୁରୁତର

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ପାଣ୍ଡାପଡା ପୋଲିସ ସୀମା ଅନ୍ତର୍ଗତ ବସନ୍ତପୁର ନିକଟରେ ଅଟୋ-ରିକ୍ସା ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଫଳରେ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନ ବ୍ଲକର ସାଙ୍କମଣ୍ଡରା ଗାଁର ବାସିନ୍ଦା ଥିଲେ।

ସୂଚନା ଅନୁଯାୟୀ ଯାତ୍ରୀ ପରିବହନ କରୁଥିବା ଅଟୋଟି ପନିପରିବା ବିକ୍ରୟ କରି ସାରିବା ପରେ ନିଜ ଗାଁକୁ ଫେରୁଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଭ୍ୟାନ୍ ଅଟୋ ରିକ୍ସା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.